ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ମଠ ସରସିଙ୍ଗ ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ତେବେ ଦୁଇ ମାସ ହେଲା ବ୍ୟାଙ୍କ ଖାତା କୁ ଭତ୍ତା ଆସୁନଥିବା ନେଇ ହୋହାଲ୍ଲା ହୋଇଥିଲା । ଏପରି କି ଆବାସ ଯୋଜନାରେ ଓ ରାସନ କାର୍ଡ ରେ ପାତର ଅନ୍ତର ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅନେକ ମହିଳା ପଂଚାୟତ କୁ ଆସି ଦୀର୍ଘ ସମୟ ଧରି ହୋହାଲ୍ଲା କରିଥିଲେ। ଏହି ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ସରପଞ୍ଚ ମଞ୍ଜୁଳା ବେହେରା ଏସ ଆଇ ରାମ ଚନ୍ଦ୍ର ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ ଯୋଗ ଦେଇଥିଲେ । ବି ଡ଼ି ଓ ଅଭିଯୋଗ ଶୁଣାଣୀ ପାଇଁ ଚିଠି କଲେ ମଧ୍ୟ୍ୟ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ କେବେ ଯୋଗ ଦେଉନଥିବା ସାଧାରଣ ରେ ଅଭିଯୋଗ ହୋଇଥିଲା ।ଏଥିରେ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବାଡଟିଆ ଗ୍ରାମ୍ୟ ଉର୍ଣ୍ଣୟନ କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ବେହେରା କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ ସ୍ମୃତିରେଖା ନାୟକ, ପି ଇ ଓ ମନୋଜ ମାହାନ୍ତି , ଡବ୍ଲୁ ଇ ଓ ସ୍ଵାଗତିକା ରାଉତ,ଡ଼କ୍ଟର ସଞ୍ଜୟ କୁମାର ସାହୁ,ଜଳ ଓ ପରିମଳ ଯନ୍ତ୍ରୀ ଶୁଭଶ୍ରୀ ମହାରଣା ,ଯୋଗାଣ ଅଧିକାରୀ ବାଦଲ ବେହେରା , ବି ପି ସି ଚନ୍ଦ୍ର ଶେଖର ବେହେରା,ବି ଏଲ ସି ଦେବରାଜ ବେହେରା, ରହି ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ମୋଟ ୨୨ଗୋଟି ଅଭିଯୋଗ ହୋଇଥିଲା ସେଥିମଧ୍ୟରୁ ରାସନ କାର୍ଡ ୧୬ଟି ଭତା ୫ ଗୋଟି ଅନ୍ୟାନ୍ୟ ୧ ଗୋଟି ଅଭିଯୋଗ ହୋଇଥିଲା ।


