ଭଞ୍ଜନଗର ଜଳଭଣ୍ଡାର ରେ ବୁଡି ଦୁଇ ଛାତ୍ର ଙ୍କ ଅକାଳ ବିୟୋଗ।


ଭଞ୍ଜନଗର -୨୦/୦୪ (ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଇବା ସମୟରେ ବୁଡି ଯାଇ ଦୁଇ ନାବାଳକ ଯୁବକ ଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ପ୍ରକାରେ ରବିବାର ସନ୍ଧ୍ୟାରେ ଲାଲସିଙ୍ଗି ଗ୍ରାମ ର କାହ୍ନୁ ପ୍ରଧାନ ଏବଂ ଆଶୁତୋଷ ଭୂୟାଁ ଦୁଇଜଣଙ୍କ ବୟସ ୧୭ ବର୍ଷ ସାଙ୍ଗ ମାନଙ୍କ ସହ ଭଞ୍ଜନଗର ଘାଇକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗାଧୋଇବା ସମୟରେ ହଠାତ ଦୁଇଜଣଙ୍କ ଗୋଡ ଖଯିବାରୁ ଗଭୀର ପାଣିଭିତରକୁ ପଳାଇଥିଲେ । କେହି କିଛି ଭାବିବା ଆଗରୁ ସବୁକିଛି ସରିଯାଇଥିଲା ଅକାତ ଅକାତ ପାଣିରେ ବୁଡି ଉଭୟ ଙ୍କ ଜୀବନ ଚାଲିଯାଇଥିଲା।  ସାଙ୍ଗମାନେ ଅଗ୍ନିଶମ ବିଭାଗ ଅବା ପୋଲିସ କୁ ଖବର ଦେବା ସହ ନିଜେ ସେମାନେ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ବଞ୍ଚାଇବାରେ ବିଫଳ ହୋଇଥିଲେ। ପୋଲିସ ବିଭାଗ ଏବଂ ଅଗ୍ନିଶମ ବାହିନୀ ଯାଇ ଗଭୀର ଜଳରୁ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲ କୁ ଆଣିଥିଲେ କିନ୍ତୁ ଡାକ୍ତର ଦୁଇଜଣକୁ ମୃତ ଘୋଷଣା କରିଥିଲେ। ମେଡିକାଲ ପରିବେଶରେ ଶୋକାକୁଳ ପରିବେଶ ହୋଇଯାଇଛି।ସୂଚନାଯୋଗ୍ୟ ଯେ  ମୃତ ଯୁବକ ମାନେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଭାବେ କେ.ଏସ. ୟୁ.ବି. କଲେଜ ରେ ଅଧ୍ୟୟନ କରିଥିଲେ।ଭଞ୍ଜନଗର ଘାଇ ରେ ଆଗରୁ ବହୁ ଯୁବକ ବୁଡି ମୃତ୍ୟୁ ବରଣ କରିଥିବା ନଜିର ଥିବା ବେଳେ ଘାଇ ରେ ଗାଧୋଇବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି।ଏମିତିକି ଏହି ଜଳାଶୟ ରୁ ମାଟି ଖୋଳି ନେଇ ଲୋହରା ଖଣ୍ଡି ନଦୀ ତଟରେ ପକା ଯାଇଥିଲା ଫଳରେ ଭଞ୍ଜନଗର ଘାଇ ର ଉପକୂଳ ରେ ଗଭୀରତା ବୃଦ୍ଧି ପାଇଛି।ଆଜିର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶବ ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି।

Post a Comment

Previous Post Next Post