ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଢଉପଦା ୧୯/୦୪/୨୦୨୬:- ଦଶମାସ ଗର୍ଭ ରେ ଧରି ଜନ୍ମଦେବା ପରେ ବନ୍ଧ ଭିତରେ ଫଙ୍ଗିଦେଲା ନବଜାତ ଶିଶୁକୁ l ଏକଥା ଆମେ କହୁନୁ ପାଣି ରେ ଭାସୁଥିବା ନବଜାତଶିଶୁ ର ଚିତ୍ର କହୁଛି ! ଏମିତି ଘଟଣା ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ପଞ୍ଚାୟତର ଢଉପଦା ଗ୍ରାମରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ଢ଼ଉପଦା ଗ୍ରାମ ହରିଜନ ସାହି ନିକଟରେ । ଆଜି ସକାଳୁ ଶୌଚ ପାଇଁ କିଛି ଲୋକ ପୋଖରୀକୁ ଯିବାବେଳେ ନବଜାତ ଶିଶୁର ମୃତ ଦେହ ପୋଖରୀରେ ଭାସୁଥିବା ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ଜଣl ପଡ଼ିଛି । ସମସ୍ତ ଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା ଏଭଳି କର୍ମ କରିବା ମହିଳା କିଏ ଯେଉଁ ଶିଶୁଟିକୁ ଜନ୍ମ ଦେଇ ପୋଖରୀରେ ଫିଙ୍ଗି ବା କାରଣ କଣ ଓ କାହିଁକି ? ନବଜାତ ଶିଶୁଟି ପ୍ରକୃତ ରେ ପୁଅ ନା ଝିଅ ସ୍ୱଷ୍ଟ ନହୋଇ ଥିଲେ ମଧ୍ୟ୍ୟ ସ୍ଥାନୀୟ ରେ ଜନ୍ମ ଦେଇଥିବା ମା ଉପରେ ବହୁତ ପ୍ରଶ୍ନ ସୃଷ୍ଟି କରୁଛି l ଯଦି ଓ ମା, ବାପା ର ଭୁଲ ନବଜାତ ଶିଶୁ କାହିଁକି ବଳି ପଡିଲା ଲ କେତେ ନିଷ୍ଠୁର ମା କୁଆଁ କୁଆଁ କାନ୍ଦ କଣ ମା ର କାନକୁ ସୁଭୁ ନଥିଲା ପାଷାଣ ନା ପିଚାଷି ପାଲଟି ଗଲା ମା ଏହାର ଚିତ୍ର ଘୁରି ବୁଲିବା ପରେ ଲୋକେ ସେହିଜାଗା କୁ ଦେଖିବା ପାଇଁ ଗଲା ବେଳେ ସେଠାରେ ନବଜାତ ଶିଶୁ ର ସବ ନଥିବାରୁ ସ୍ଥାନୀୟ ରେ ଆହୁରି ସନ୍ଦେହ ବଢିଛି ନବଜାତ ଶିଶୁ ଟି ସଂସାର ଦେଖିବା,ଠିକଣା,ପରିଚୟ ଦେବାକୁ ଚାହୁଁ ନଥିଲା ପିଚାଷି ମା l ସବୁଠାରୁ ବଡପ୍ରଶ୍ନ ଅଙ୍ଗନlବାଡି,ଆଶାକର୍ମୀ ଠାରୁ ଆରମ୍ଭ କରି ଶିଶୁ ମଙ୍ଗଳ ଅଧିକାରୀ ମାନେ ଅବଗତ ଥଲେ କି ନାହିଁ ? ଯଦି ଓ ଥିଲେ ମେଡିକାଲ ସୁବିଧା, ପୁଷ୍ଟିକର ଖାଦ୍ୟ ମାସ କୁ ମାସ ଏ.ଏନ.ଏମ ଦିଦି ଙ୍କ ଚିକିତ୍ସା ପାଉଥିଲେ ନା ଗୁପ୍ତ ଥିଲା ତାହା ହେଲେ ମଧ୍ୟ୍ୟ ଏହି ମାଧ୍ୟମ ରେ ବାପା, ମା ର ଠିକଣା ନିଶ୍ଚୟ ମିଳିବ l ଅବସ୍ୟ ନିରୀହ ନବଜାତ ଶିଶୁ ଟି ସବୁଦିନ ପାଇଁ ଚାଲିଗଲା କିନ୍ତୁ ଦୁନିଆ ରେ ମା ର ମମତାକୁ କୋଠାର ଘାତ କଲାଭଳି ଦୃଶ୍ୟ ଯେମିତି ଦେଖିବାକୁ ନମିଳିବ ତାହା ସ୍ଥାନୀୟ ରେ ଚର୍ଚ୍ଚା ହେଉଛି l ଏଭଳି ଅମାନୁଷିକ କାର୍ଯ୍ୟ ପ୍ରତି ପ୍ରଶାସନ ଧ୍ୟାନ ଦେଲେ ଆଗାମୀ ଦିନରେ ନବ ଜାତ ଶିଶୁ ପ୍ରତି ବଢୁଥିବା ଅନ୍ୟକୁ ରୋକି ହେବ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


