ଧରାକୋଟରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ତିନି ପ୍ରମୁଖ ଦଳର ମୁଖ୍ୟ ନେତା |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୬/୧୨/୨୦୨୫

ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ବ୍ଲକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି ।  ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମାନସ ରଞ୍ଜନ ପଲେଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଅଣକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ,ସମ୍ମାନୀତ ଅତିଥି ଭାବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ,ଆସିକା ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ବାଇଁ,ଓ.ୟୁ.ଏ ଟି ର ବିଶେଷଜ୍ଞ ଡା.ଅନିଲ କୁମାର ନାହାକ,ପ୍ରାଧ୍ୟାପକ ବିଶ୍ଵ ରଞ୍ଜନ ଜେନା, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଅଞ୍ଜନ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ସାହୁ,ଉପଖଣ୍ଡ ପ୍ରାଣୀ ସମ୍ପଦ ଅଧିକାରୀ ଗଣେଶ ଚନ୍ଦ୍ର ମହାନ୍ତି, ବି.ଡି.ଓ ସଂଗ୍ରାମ କେଶରୀ ଜେନା,ତହସିଲଦାର  ଲମ୍ବୋଦର ମାରାଣ୍ଡି,ବ୍ଲକ ମତ୍ସ୍ୟ ଅଧିକାରୀ ଶିବାନୀ ମହାନ୍ତି,ସହକାରୀ ମତ୍ସ୍ୟ ଅଧିକାରୀ ସଂସ୍କୃତି ପାଟରା,ସାର୍ଥକ ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ରହିଥିଲେ। ଏହି ଅବସରରେ ମନ୍ତ୍ରୀ ରାଜ୍ୟ ଓ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଚାଷୀମାନଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ । ଏଣୁ ସରକାରଙ୍କ କାମଧେନୁ ଯୋଜନା ଓ ବହୁମୁଖୀ କୃଷି ଉଦ୍ୟୋଗ ଯୋଜନାର ସୁଫଳ ନେବା ପାଇଁ ଅତିଥି ମାନେ ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କହିଥିଲେ ଯଦି ସମସ୍ତ ଯୋଜନା ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚା ଯାଇପାରିବ ଚାଷୀ ମାନେ ବେଶ ଉପକୃତ ହେବେ ତାହା ଦ୍ୱାରା ଓଡିଶା ବିକଶିତ ହେବେ ବୋଲି କହିବା ସହ ସରକାରଙ୍କ ଏଭଳି ବଦକ୍ଷେପ କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି |ସମସ୍ତ ଅଥିତି ଗଣ ଲୋକଙ୍କ ସଚେତନ ପାଇଁ  ମେଳାରେ ଲାଗିଥିବା ବିଭିର୍ନ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିବା ନଜରକୁ ଆସିଛି | ବି.ଡି.ଓ ସଂଗ୍ରାମ କେଶରୀ ଜେନା ସଙ୍ଗୀତ ମାଧ୍ୟମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଡାକ୍ତର ଅମିତ ପଟନାୟକ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ଡ଼ାକ୍ତର ରିଶି ନନ୍ଦ,ଡାକ୍ତର ଐଶ୍ୱର୍ଯ୍ୟା ଦାସ ଙ୍କ ସମେତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଉକ୍ତ ମେଳାରେ ଧରାକୋଟ ବ୍ଲକର ବହୁ ସଂଖ୍ୟାରେ ଅଗ୍ରଣୀ ଚାଷୀ ସାନମାନିତା କରି ମନ ପତ୍ର ପ୍ରଦାନ କରିଥିବା ବେଳେ ବହୁତ ଚାଷୀ  ଯୋଗ ଦେଇଥିବା ଦେଖିବାକୁ ମିଳିଛି | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

         ମୋ ନ୍ୟୂଜୁ ଓଡିଶା

Post a Comment

Previous Post Next Post