ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ:- ୧୯୮୨ ମସିହାରୁ ଜାହଡା ଗ୍ରାମର ଚନ୍ଦ୍ର ସ୍ୱେଖେର ସାହିରେ ବସ ବାସ କରୁଥିବା ୯ ଗୋଟି ପରିବାର ଖଣ୍ଡେ ଘର ପଟ୍ଟା ପାଇଁ ବହୁ ଦିନରୁ ଅନେକ ସରକାରୀ କାର୍ଯ୍ୟାଳୟକୁ ଦୌଡୁ ଦୌଡୁ ଥକି ଯାଇ ହନ୍ତସନ୍ତ ହେଉଥିବା ବେଳେ ଆଜି ପୁଣି ଧରାକୋଟ ତହସିଲଦରଙ୍କ ନିର୍ଦେଶ କ୍ରମେ ତହସିଲ କାର୍ଯ୍ୟାଳୟ ଆସିଥିବା ଦେଖିବାକୁ ମିଳିଛି | ଉକ୍ତ ଲୋକଙ୍କ କହିବା ଅନୁସାରେ ସେମାନେ ସେହି ସାହିରେ ପ୍ରାୟ ୪୫ବର୍ଷ ହେବ ବସବାସ କରୁଥିବା ବେଳେ ସେମାନଙ୍କ ପାଖରେ ଆଧାର କାର୍ଡ, ଭୋଟକାର୍ଡ, ରାସନ କାର୍ଡ,ପାଣି ସଂଯୋଗ ଓ ଲାଇଟ ବିଲ ଥିବା ବେଳେ ଜାହଡା ଗ୍ରାମର କିଛି ଲୋକ ସେହି ସାହିରୁ ସେମାନଙ୍କୁ ଘର ଭାଙ୍ଗି ଅନ୍ୟତ୍ର ଚାଲି ଯିବାକୁ ବାଧ୍ୟ କରିବା ସହ ତହସିଲଦାରଙ୍କୁ ଓ ଉପ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି |ତହସିଲଦାରଙ୍କୁ ଉକ୍ତ ଘଟଣା ସମ୍ପର୍କର ପଚାରି ବୁଝିବାରୁ ସେ କହିଥିଲେ ଗ୍ରାମ ବାସୀଙ୍କ ଅଭିଯୋଗ ଆଧାର ଉକ୍ତ ସହି ବାସିନ୍ଧାଙ୍କୁ ଆଜି କାରଣ ଦର୍ଶାଅ ନୋଟିସ ଦିଆଯାଇଛି ସେମାନଙ୍କୁ କାହିଁକି ସେହି ସାହିରୁ ଉଠାଯିବା ନାହିଁ | ତହସିଲଦାର କହିଥିଲେ ଉକ୍ତ ଲୋକମାନେ ଏକ ରାସ୍ତା ଉପରେ ଘର କରିଛନ୍ତି ସାମ୍ନାରେ ମନ୍ଦିର ଥିବାରୁ ଗ୍ରାମ ବାସୀମାନେ ସେମାନଙ୍କୁ ଉଠାଇବା ପାଇଁ ବାରମ୍ବାର ଅଭିଯୋଗ କରୁଛନ୍ତି | ସୂଚନା ଥାଉ କି ଯଦି ପ୍ରଶାସନ ଉକ୍ତ ଗରିବ ନିରୀହ ସହି ବାସିନ୍ଧାନକୁ ଉଠାଇଦେବା ସେମାନେ ଯିବେ କୁଆଡେ |ଯଦି ଅନ୍ୟ ଦେଶରୁ କେହି ଆସି ଆମ ଦେଶରେ ବାସକରେ ତାଙ୍କୁ ଆମେ ଶରଣାର୍ଥୀ କହି ଜାଗା ପ୍ରଦାନ କରନ୍ତି ତେବେ ସେମାନଙ୍କ କଡା ସରକାର ଚିନ୍ତା କରି ଉଚିତ ନିୟ ଦେବେ ବୋଲି ଆସ ରଖିଅଛନ୍ତି ସହି ବାସିନ୍ଦା | ସରକାର ସମସ୍ତ କଥାକୁ ବିଚାର କରି ଉଚିତ ପଦକ୍ଷେପ ନେଲେ ସମସ୍ତଙ୍କ ମଙ୍ଗଳ ହେବ ବୋଲି ବୁଦ୍ଧିଜୀବୀ ମାନେ ସୂଚନା ଦେଇଥିବା ଦେଖିବାକୁ ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


