ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଆସ୍କା ୧୮/୧୨/୨୦୨୫ :-ନେସନାଲ ହେରାଲର୍ଡ ମାମଲାରେ ସୁପ୍ରିମ କୋର୍ଟର କଂଗ୍ରେସ ସପକ୍ଷରେ ରାୟକୁ ନେଇ ବିଜୟର ଉତ୍ସବ ପାଳିଲା ଆସିକା କଂଗ୍ରେସ ।ସେହି ଅବସରରେ ଏକ ବିଶାଳ ରାଲି ଆସିକା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ସୁନାମ ସହି ଛକରେ ଥିବା ଗାନ୍ଧୀ ମୂର୍ତିରେ ପୁଷ୍ପ ମାଲ୍ୟ ଚଢ଼ିବା ପରେ ଆସିକା ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପଥ ପ୍ରାନ୍ତ ସଭା କରି ବିଜେପି ବିରୁଦ୍ଧରେ ଗର୍ଜନ କରିଥିବା ଦେଖିବାକୁ ମିଳିଛି |କାରଣ ୧ ନଭେମ୍ବର ୨୦୧୨ରେ, ସୁବ୍ରମଣ୍ୟମ ସ୍ୱାମୀ ଦିଲ୍ଲୀର ଏକ କୋର୍ଟରେ ଏକ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିଥିଲେ ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉଭୟେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (AJL) ନାମକ ଏକ ପବ୍ଲିକ୍ ଲିମିଟେଡ୍ କମ୍ପାନୀକୁ ନିଜ ମାଲିକାନାରେ ଥିବା ବ୍ୟକ୍ତିଗତ ମାଧ୍ୟମରେ ଅଧିଗ୍ରହଣ କରି ୧୬ ବିଲିୟନ (୧୯୦ ନିୟୁତ ଆମେରିକୀୟ ଡଲାର) ମୂଲ୍ୟର ଠକେଇ ଏବଂ ଜମି ହଡ଼ପ କରିଛନ୍ତି। ଉକ୍ତ ଅର୍ଥ ହେରଫେରକୁ ନେଇ ହୋଇଥିବା ମାମଲାରେ ବିଜେପି ସରକାର ସାଧାରଣ ଜନତାଙ୍କୁ ଭୁଆଁ ବୁଲେଇବା ସହିତ ଏକ ମିଥ୍ୟା ମଲାଲା କରି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଫସେଇବା ପାଇଁ ଯୋଜନା କରିଥିଲା ବୋଲି ଆଜିର ପଥପ୍ରାନ୍ତ ସଭାରେ କହିଛନ୍ତି ଆସିକା କଂଗ୍ରେସ ସାଂସଦ ପାର୍ଥି ଦେବକାନ୍ତ ଶର୍ମା। ଶେଷରେ ସତ୍ୟର ଜୟ ହେଲା କଂଗ୍ରେସର ବିଜୟ ହେଲା ବୋଲି କହିଥିଲେ ଖଲ୍ଲିକୋଟ କଂଗ୍ରେସ ବିଧାୟକ ପାର୍ଥି ତଥା ଗଞ୍ଜାମ ପଶ୍ଚିମ ଏସ ସି ସେଲ ସଭାପତି ଚିତ୍ରସେନ ବେହେରା ଏ ସରକାର ମିଛୁଆ ସରକାର। ବିଭିନ୍ନ ପ୍ରଲୋଭନ ଦେଖାଇ ସରକାରକୁ ଆସି ଅନ୍ୟ ଉପରେ ଆରୋପ ଲଗାଇବା ଭଳି ଲଜ୍ଜା ଜଣକ ଘଟଣା ଘଟାଇବାରେ ମାହିରି ବୋଲି କହିଛନ୍ତି ସାନଖେମୁଣ୍ଡି ବ୍ଲକ କଂଗ୍ରେସ ସଭାପତି ବାବୁଲା ଦୋରା।ବାରମ୍ବାର ଆମ ନେତା ଉପରେ ଇ.ଡି ଓ ସି.ବି.ଇ ର ପ୍ରୟୋଗ କରାଯାଉଛି କିନ୍ତୁ କୌଣସି ମାମଲାରେ ବି ଭୁଲ ପ୍ରମାଣିତ କରିପାରୁନାହିଁ ବିଜେପି ସରକାର ବୋଲି କହିଛନ୍ତି ସୋରଡ଼ା ବିଧାୟକ ପାର୍ଥି ହରେକୃଷ୍ଣ ରଥ। ଉକ୍ତ ମକଦମା ସମ୍ପୂର୍ଣ୍ଣ ଭିତ୍ତି ବିହୀନ ଥିଲା ସେଥିପାଇଁ ସୁପ୍ରିମକୋର୍ଟ ଏହାକୁ ମିଥ୍ୟା ମାମଲା କହି କେଶ ଟିକୁ ଖାରଜ କରିଥିବା ନେଇ ମତ ପ୍ରକାଶ କରିଥିଲେ ଭଞ୍ଜନଗର ଯୁବ ନେତା କୁଲୁ ବାବୁ।ଚକ୍ରାନ୍ତ କାରି ବିଜେପି ଦେଶ ବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ ଉପସ୍ଥାପନ କରିଥିଲେ ଯୁବନେତା ପ୍ରିୟାଂଶୁ ପରିଡା।ଆଗାମୀ ଦିନରେ ବିଜେପି ସରକାରର ଅସଲ ମୁଖାକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ କଂଗ୍ରେସ ପଛଘୁଞ୍ଚା ଦେବନାହିଁ ବୋଲି କହିଛନ୍ତି ଓଡିଶା କୃଷକ ସେଲ ଉପସଭାପତି ଶିବରାମ ପ୍ରଧାନ।ଉକ୍ତ ରାଲିରେ ପଶ୍ଚିମ ଗଂଜାମ ଜିଲ୍ଲାରୁ ବହୁ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି ସେମାନେ ଚିରଞ୍ଜୀବୀ ବିଷୋୟୀ, ମନୋରଞ୍ଜନ ଦାଶ, ଶରତ ଦାଶ, ଚାଷୀ ନେତା ରବି କୁମାର ବିଷୋୟୀ, ଧରଣୀଧର ବେହରା, ଶ୍ରୀନିବାସ ପ୍ରଧାନ, ବସନ୍ତ ଗୌଡ଼,ଭବାନୀ ଭୂଷଣ ଦାଶ, ପବିତ୍ର ପାତ୍ର, ଅବିନାଶ ବେହେରା,କାହ୍ନୁ ଚରଣ ନାୟକ, ପପୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


