ଋଷୁକୁଲ୍ୟ ନଦୀରେ ବୁଡି ଜଣେ ଗରିବ ଚାଷୀଙ୍କ ମୃତୁ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୧୯/୧୨/୨୦୨୫:- ଆଜି ଧରାକୋଟ ବ୍ଲକ କୁସୁରବ ପଞ୍ଚାୟତ ସ୍ଥିତ ସୁନାପଲ୍ଲୀ ଗ୍ରାମରେ ଏକ ଦୁଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି | ସୁନାପଲ୍ଲୀ ଗ୍ରାମର ପହଲା ସାହୁ ବୟସ ୫୦ ବର୍ଷ ପିତା- ଉଦୟ ସାହୁ ନାମକ ଜଣେ ଚାଷୀ ୧୭ ତାରିଖ ଦିନ ଉପରବେଳା ସମୟରେ ଋଷୁକୁଲ୍ୟ ନଦୀ ପାର ହୋଇ ନିଜ ବିଲକୁ ଯଇଥେଲେ | ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ତାଙ୍କ ପରିବାର ଲୋକେ ଗାଁରେ ଖୋଜ ଖୋଜି କଲେ, ନପାଇବାରୁ ପରଦିନ ତାଙ୍କ ବନ୍ଧୁ ବାନ୍ଧବ ମାନଙ୍କୁ ପଚରା ଉଚରା କଲେ ମାତ୍ର ୨ ଦିନ ବିତି ଯାଇଥିଲେବି ତାଙ୍କ ସନ୍ଧାନ ମିଳିନଥିଲା | ଗ୍ରାମ ବାସୀଙ୍କ ସହଯୋଗରେ ପରିବାର ଲୋକେ ୧୯ ତାରିଖ ଦିନ ଥାନାର ଦ୍ୱାରସ୍ଥ ହେବ ପାଇଁ ଯୋଜନା କରିଥିଲେ | ତୃତୀୟ ଦିନ ସକାଳ ୧୦ ଘଣ୍ଟା ସମୟରେ ତାଙ୍କ ପତ୍ନୀ ନଦୀକୁ ଯାଇଥିବା ବେଳେ ନଦୀ ଭିତରେ ଶବଟି ଭାସୁଥିବା ଦେଖି ଛାନିଆ ହୋଇ ସମସ୍ତଙ୍କୁ ଜଣାଇଲେ | ଗ୍ରାମ ବାସୀଙ୍କ ସହଯୋଗ କ୍ରମେ ଧରାକୋଟ ଥାନାରେ ଖବର ଦେଇଥିଲେ ଓ ଧରାକୋଟ ଅଗ୍ନିଶ୍ରମ ବାହିନୀଙ୍କ ସହାୟତାରେ ପାଣି ଭିତରୁ ସଢ଼ି ରହି ଥିବା ଉକ୍ତ ଶବକୁ ଉଦ୍ଧାର କରି କାଦୁଅ ଗୁଡ଼ୁବୁଡ଼ୁ ଶବର ପଞ୍ଚନାମା କରି ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଗ୍ରାମବାସୀଙ୍କ ଉପସ୍ତିତିରେ ଶବ ବ୍ୟବେଛଦ ପାଇଁ ଆସ୍କା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ଦେଖିବାକୁ ମିଳିଛି | ଖବର ଥାଉକି ଉକ୍ତ ପରିବାରଟି ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ରହିବା ଘରର  ଅବସ୍ଥା କହିଲେ ନସରେ ୨ ପୁଅ ମଧ୍ୟରୁ ବଡ ପୁଅ ୨୨ ବର୍ଷର ଶରୀର ରୋଗ ଗ୍ରସ୍ତ ରୁଗୁଣ ଓ ଆଖିକୁ ଦେଖା ଯାଉନଥିବାରୁ ସରକାରୀ ଅନୁଦାନ ସହାୟତାରେ ଚଳ ପ୍ରଚଳ | ପୁଣି ଏଭଳି କଷ୍ଟ ପରିବାରର ମେରୁଦଣ୍ଡ ଭାଙ୍ଗି ଯାଇଥିବା ଗ୍ରାମବାସୀ କହିବା ସହ ତାଙ୍କ ପାଇଁ ସରକାରୀ ସାହାଯ୍ୟରେ ଆବଶ୍ୟକ ଜଣାଇଥିଲେ ଓ ପୁରା ଗ୍ରାମରେ ଶୋକାକୁଳ ପରିସ୍ଥିତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି |    

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

          ମୋ ନିଯୁଜୁ ଓଡିଶା

Post a Comment

Previous Post Next Post