ଶଙ୍କର ପାଣିଗ୍ରାହୀ ଦି ପବ୍ଲିକ ନିଯୁଜୁ ଓଡିଶା ଧରାକୋଟ ୨୦/୧୨/୨୦୨୫ :-ଅନେକ ସିନେମାରେ ଦେଖିଥିବା କାହାଣୀ ଭଳି ଏକ ଗରିବ ପରିବାର ର କାହାଣୀ ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ସ୍ତିତ ଚାଂଚରାପଲ୍ଲୀ ଗ୍ରାମରେ | ଜିତେନ୍ଦ୍ର କୁମାର ଜେନା ନାମକ ଜଣେ ବ୍ୟକ୍ତି ରୋଜଗାର କରିବା ପାଇଁ ନିଜ ଭିଟା ମାଟି ଛାଡି ଦାଦନ ଖଟିବା ପାଇଁ ୧୯୯୮ ମସିହାରେ ସୁରଟ ଯାଇଥିଲେ କିଛି ଦିନ ସୁରଟରେ କାମ କରି ନିଜ ସମ୍ପର୍କୀୟଙ୍କ ସହ ଅହମଦାବାଦ କାମ କରିବା ପାଇଁ ଯାଇ ଏକ ଗ୍ୟାରେଜରେ କାମ ଶିଖି ନିଜର ଏକ ଦୁଇ ଚକିଆ ଗାଡି ଗ୍ୟାରେଜ ଖୋଲି କିଛି ଦିନ ବେଶ ଖୁସିରେ ଚାଲିଲେ | ଯେତେବେଳେ ଗୋଦୁରା ଟ୍ରେନ ପୋଡି ପରେ ଅହମଦାବାଦରେ ଲାଗିଥିବା ହିନ୍ଦୁ ମୂଷିଲିମ ଦଙ୍ଗାରେ ନିଜ ଗ୍ୟାରେଜ ପୋଡି ପାଉଁଶ ହୋଇଗଲା | ପୁଣି ନୂତନ ଭାବେ ନିଜ ଜୀବିକା ନିର୍ବାହ କରିବା ପାଇଁ ଅହମଦାବାଦର ବଟବା ସ୍ତିତ ଏକ ହୋଟେଲରେ କାର୍ଯ୍ୟ ରତ ସମୟରେ ୨୦୦୪ରେ ଜିତେନ୍ଦ୍ରଙ୍କ ବଟବା ଛକରେ ଗାଡି ଏକ୍ସରେଣ୍ଟ ହୋଇ ଯିବା କାରଣରୁ ସ୍ଥାନୀୟ ବଟବା ପୋଲିସ ତାଙ୍କୁ ମେଡିକାଲରେ ଭର୍ତି କରିଥିଲେ ଜିତେନ୍ଦ୍ରଙ୍କ ଶରୀରରେ ଜୀବନତ ଥିଲା ମାତ୍ର ତାଙ୍କ ମାତିଷ୍କ କୋମାକୁ ଚାଲି ଯାଇଥିଲା | ସେ କୋମାରେ ପ୍ରାୟ ୧୪ ମାସ କୋମାରେ ରହିଥିବା ବେଳେ ବଟବା ପୋଲିସ ଥାନାର ଜଣେ ହବଲଦାର ଯାହାଙ୍କ ନାମ ଭୀମସିଂ ଚିତା ଭାଇ ବସାବା ତାଙ୍କ ଦେଖା ରଖା ଦାୟିତ୍ୱରେ ଥିଲେ | ଯେବେ ଜିତେନ୍ଦ୍ର କୋମାରୁ ଧୀରେ ଧୀରେ ବାହାରିଲେ ତାଙ୍କର ପୂର୍ବ ମେମୋରୀ ଚାଲି ଯାଇଥିଲା ସେହି ସମୟରେ କେବଳ ସେହି ପୋଲିସ ଜଣଙ୍କ ଜିତେନ୍ଦ୍ରଙ୍କ ବାପା ଓ ତାଙ୍କ ସ୍ତ୍ରୀ ମା" ତାଙ୍କ ପରିବାରରେ ପୁଅ ଓ ଝିଅଙ୍କ ସହ ରହି ହସ ଖୁସିରେ ରହି ନିଜ ଜୀବନର ନୂତନ ପରିଚୟ ସୃଷ୍ଟି କରିଥିଲେ | ମାତ୍ର ଭଗବାନଙ୍କ ଖେଳ କିଏ ବୁଝି ପାରିବ, ତାଙ୍କ ପାଇଁ ତାଙ୍କ ପାଳିତ ପିତା ଏକ ଟାଟା ଏ.ସି ଗାଡି କିଣି ଦେଇଥିଲେ ସେଥିରୁ ତାଙ୍କର ରୋଜଗାର ଖୁବ ଭଲ ଥିଲା ମାତ୍ର ପୁଣି ଥରେ ୨୦୧୭ରେ ତାଙ୍କ ଗାଡି ଘାଟିରେ ଦୁର୍ଘଟଣା ଘଟିବାରୁ ତାଙ୍କର ମୁଣ୍ଡରେ ଆଘାତ ଲାଗିଲା | ମେଡିକାଲରେ ଚିକିଛା ସମୟରେ ୩ ମାସପରେ ତାଙ୍କ ପିଲାଦିନ କଥା ଧୀରେ ଧୀରେ ମନେ ପଡିବାକୁ ଲାଗିଲା ସେ କିଛି ବୁଝି ପାରିନଥିଲେ ସେକଥା ତାଙ୍କ ପାଳିତ ପିତା ମାତାଙ୍କୁ କହିଥିଲେ ମାତ୍ର ସେମାନେ ସନ୍ତାନ ମୋହ ବଶତଃ ପ୍ରକୃତ କଥା କହିବା ପାଇଁ ଉଚିତ ମାନେ କରିନଥିଲେ | ଜିତେନ୍ଦ୍ର ମୋବାଇଲ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି ବିଷୟରେ ଦେଖି ଚିହ୍ନ| ଚିହ୍ନ| ଲାଗିଲା କାଳକ୍ରମେ ତାଙ୍କ ପାଳିତ ପିତାଙ୍କ ଅନ୍ତ ସମୟ ଆସିବାରୁ ଜିତେନ୍ଦ୍ରଙ୍କୁ ସମସ୍ତ ସତ କଥା କହି ୨୦୨୨ରେ ଆରପାରିକୁ ଚାଲିଗଲେ | ଜିତେନ୍ଦ୍ର ତାଙ୍କୁ ଜନ୍ମ ଦେବା ମାତା ପିତା ଓ ପୂର୍ବ ପରିଜନଙ୍କ ସହ ମିଶିବା ପାଇଁ ଚେଷ୍ଟା କରି ଫେସବୁକ ମାଧ୍ୟମରେ ଗଂଜାମ ଜିଲ୍ଲାର ଅନେକ କଳାକାରଙ୍କ ସହ କଥା ହେବ ପରେ ଧରାକୋଟର ଜଣେ ହୋଟେଲ ବାଲାଙ୍କ ସାହାଯ୍ୟରେ ତାଙ୍କ ଭାଇଙ୍କ ନମ୍ବର ପାଇଥିଲେ ଭାଇ ସହିତ କଥା ହୋଇ ନିଜ ଭିଟା ଆଟିକୁ ଫେରି ନିଜ କଷ୍ଟ କଥା ସମସ୍ତଙ୍କ ସାମ୍ନାରେ ବଖାଣି ଥିଲେ | ଏବେ ଜିତେନ୍ଦ୍ର ରହିବେ କୋଉଠି, ତାଙ୍କୁ ପରିବାରରେ ୩ ଭାଇ ପୂର୍ବରୁ ନିଜ ନିଜ ପରିବାର ସହ ଗ୍ରାମରେ ରହୁଥିବା ବେଳେ ସେମାନଙ୍କ ନିଜର ଭଲ ଘର ଖେଣ୍ଡେ ଖଣ୍ଡେ ନାହିଁ ଭାଇ ୨୭ ବର୍ଷ ପରେ ଘରକୁତ ଆସିଲା ଭାଇ ମାନଙ୍କ ମନରେ ଭାଇଙ୍କ ଚିନ୍ତା ସେ ରହିବ କୋଉଠି କରିବ କ'ଣ ଏଭଳି ଅନେକ ଚିନ୍ତା ଓଃ ଦାଦନ ଖଟିବା କି ଦୁଃଖ ଭଗବାନ ଏମିତି କଷ୍ଟ କାହାକୁ ନଦିୟନ୍ତୁ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ଦି ପବ୍ଲିକ ନିଯୁଜୁ ଓଡିଶା


