ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୫/୧୧/୨୦୨୫:- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ଗ୍ରାମରେ ଲଜ୍ଜ୍ୟା ଲ ରାସ୍ତା କଡ ବିଶ୍ରମା ଗାରରେ ସନ୍ତାନ ପ୍ରସବ କଲେ ମାନସିକ ବିକୃତ ମହିଳା l ପ୍ରସବ ପରେ ମହିଳା ଜଣଙ୍କ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ନବଜାତ ଶିଶୁ ଟିକୁ ବିଶ୍ରମାଗାରରେ କାଉ ଖୁମ୍ପୁଥିବା ସ୍ଥାନୀୟ ଲୋକଙ୍କ ନଜରରେ ଆସିଥିଲା l ପରେ ସେଠାକାର ସ୍ଥାନୀୟ ସମିତିସଭ୍ୟ ପ୍ରତିନିଧି ଅଗ୍ନିସମ ବାହିନୀ ଏବଂ ୧୦୨ ସହାୟତାରେ ମାନସିକ ବିକୃତ ମହିଳା ଜଣଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ସୂତ୍ରରୁ ଖବର ମାନସିକ ବିକୃତ ମହିଳା ଜଣଙ୍କ ନୂଆଁଗଡର ବହୁ ଏବଂ ଓଲମ୍ବା ଗ୍ରାମର ଝୁମୁରି ନାୟକ ବୋଲି ଜଣା ପଡ଼ିଥିବା ବେଳେ ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ସ୍ରାବ ଯୋଗୁଁ ଗୁରୁତର ଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମ.କେ.ସି.ଜି ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇ ଥିଲା ଆଜି ଝୁମୁରି ନାୟକ ଙ୍କ ମ.କେ.ସି.ଜି ରେ ମୃତ୍ୟୁ ଘଟିଥିବା ଘଟଣା ସାରା ଅଞ୍ଚଳରେ ଏକ ପ୍ରକାର ଶୋକ ର ଛାୟା ଖେଳିବାଶହ ଏଭଳି ମାନସିକ ବିକୃତି ଥିବା ମହିଳା ଶହ ଗଣ ବଳତ୍କାର ଘଟlଇ ମହିଳା ଟି ଅସହାୟ ଅବସ୍ଥାରେ ପାଞ୍ଚମାସ ସମୟରେ ଗର୍ଭପାତ ଘଟି ଥିବା ଘଟଣା କୁ ବୁଦ୍ଧିଜୀବୀ ମହାଲ ରେ ଘୃଣା କରୁ ଥିବା ଦେଖିବା କୁ ମିଳୁଛି |ସ୍ଥାନୀୟ ଲୋକେ ଏହାର ଦୃଢ ପ୍ରତିବାଦ କରିବାସହ ଦୋଷୀକୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି ଉଠିଥିବା ଦେଖିବାକୁ ମିଳିଛି | ଏହାର ପ୍ରତିକ୍ରିୟାରେ ଆସ୍କା ସଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟନାୟକ ମହାଦାୟ, ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ମହାଦାୟ, ଓ ଆସ୍କା ଘୁମୁସର ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱାଇଁ କହିଥିଲେ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


