ଧରାକୋଟରେ ବ୍ଲକ ସ୍ତରୀୟ ସଂସଦ ଖେଳ ମହୋଛବ ଉଦ୍ଘାଟନୀ ଉଛବ ପାଳିତ |

   


  

ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୫/୧୧/୨୦୨୫:-ଆଜି ଧରାକୋଟରେ ବ୍ଲକ  ସ୍ତରୀୟ ସଂସଦ ଖେଳ ମହୋଛବର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ମହୋଛବର ଉଦ୍ଘାଟନୀ ଉଛବରେ  ଆସ୍କା ସଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟନାୟକ ମୋହଦୟା, ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ମୋହଦୟ , ଆସ୍କା ଘୁମୁସର ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱାଇଁ,ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ,ତହସିଲଦାର,ଶିକ୍ଷା ଅଧିକାରୀ ସମେତ ଅନେକ କର୍ମୀ ଉପସ୍ଥିତ ରହି ଆସିଥିବା କ୍ରୀଡା ପ୍ରେମୀଙ୍କ ମନୋବଳ ବଢ଼ାଇଥିବା ଦେଖିବାକୁ ମିଳିଛି |ଏହି ମହୋଛବର ମୁଖ୍ୟ ଉଦେଶ୍ୟ ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀର ତୃଣମୂଳ ସ୍ତରରେ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରିବା। ଉକ୍ତ ମହୋଛବରେ ଧରାକୋଟ ବ୍ଲକର  ଅନେକ ଛାତ୍ର ଛାତ୍ରୀ ଯୋଗଦେଇ ନିଜ ନିଜ ଖେଳ ଯେଭଳିକି ଏହି ଇଭେଣ୍ଟଗୁଡ଼ିକରେ ଆଥଲେଟିକ୍ସ, କବାଡି, ଖୋ-ଖୋ, ଭଲିବଲ୍, କୁସ୍ତି, ଫୁଟବଲ୍, ହକି, ବ୍ୟାଡମିଣ୍ଟନ, କ୍ରିକେଟ୍ ଏବଂ ତୀରନ୍ଦାଜି ଭଳି ବିଭିନ୍ନ ପାରମ୍ପରିକ ଏବଂ ଆଧୁନିକ କ୍ରୀଡା ପ୍ରଦର୍ଶିତ ହୁଏ | ଏହି ମହୋଛବ ଆଜି ଠାରୁ ଆରମ୍ଭ ହୋଇ ଦୀର୍ଘ ୫ ଦିନ ଧରି ଚାଲିବା ବେଇ ସୂଚନା ମିଳିଛି | ସରକାରଙ୍କ ଏଭଳି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ଚର୍ଚା ହେଉଥିବା ବେଳେ ଅନେକ ସ୍କୁଲରେ ଶିକ୍ଷକ ନଥିବା, ଶିକ୍ଷକ ମାନେ ନିୟମିତ ସ୍କୁଲ ନଯିବା ଓ ଉପଯୁକ୍ତ ଭିତି ଭୂମି ନଥିବା ବେଳେ କିଭଳି ପିଲା ମାନେ ଖେଳ ଶିଖିବେ ତାହା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରୁଛି ସରକାରଙ୍କ ଆଗରେ |


ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post