ଆସିକା:ଦୀର୍ଘଦିନ ଧରି ଖାଲି ପଡିଥିବା ଧରାକୋଟ ବ୍ଲକର ବି ଡି ଓ ପଦବୀ ପୂରଣ ହୋଇଛି । ସୁବର୍ଣ୍ଣପୁର ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ଜେନା ନୂଆଁ ବି ଡି ଓ ଭାବରେ ଏଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବ୍ଲକ କାର୍ଯ୍ୟାଳୟ ରେ ତାଙ୍କୁ ଏ ବି ଡି ଓ ସୁଶିଲ ପଟନାୟକ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ, ଆର ଡବ୍ଲୁ ଏସ ଏସ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ଗ୍ରାମ ପଞ୍ଚାୟତ ଅଧିକାରୀ ଦେବରାଜ ନାୟକ,ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗର କୃଷ୍ଣକାନ୍ତ ପଣ୍ଡା, ସମସ୍ତ କନିଷ୍ଠ ଯନ୍ତ୍ରୀ,ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସମସ୍ତ ଯୋଗାଣ ସହାୟକ,ମିଶନ ଶକ୍ତି ବିଭାଗର ପ୍ରତାପ ସ୍ୱାଇଁ,ସୁଶାନ୍ତ ନାୟକ, ବି ଏସ ଏସ ଓ ସଚିନ ପାତ୍ର, ଏ ପି ଓ ନନ୍ଦିନୀ ଦାସ, ସି ଡି ପି ଓ ସୁନୀଲ ପ୍ରଭା ରଥ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ରାଜନୈତିକ ଦଳ ର ପ୍ରମୁଖ କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କ ସହଯୋଗରେ ଧରାକୋଟ ବ୍ଲକର ସାମୁହିକ ବିକାଶ କରିବା ସହ ଗରିବ କଲ୍ୟାଣ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବେ ବୋଲି ନୂତନ ବି ଡି ଓ ପ୍ରକାଶ କରିଥିଲେ ।
ଆସିକା ରୁ ଗଣେଶ ପାଣିଗ୍ରାହୀ ଙ୍କ ରିପୋର୍ଟ


