ଆସିକା: କାର୍ଯ୍ୟରେ ଯୋଗ ବେବାର ପ୍ରଥମ ଦିନରେ ବ୍ଲକ ସମ୍ମିଳନୀ କକ୍ଷରେ ନୂତନ ବି ଡି ଓ ସଂଗ୍ରାମ କେଶରୀ ଜେନା ପଞ୍ଚାୟତ ରାଜ ବିଭାଗର ଯୋଜନା ସମୂହର ସମୀକ୍ଷା କରିଛନ୍ତି । ଧରାକୋଟ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ବିକସିତ ଗାଁ ବିକଶିତ ଓଡ଼ିଶା,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ପେନସନ ଯୋଜନା,ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଯୋଜନା, ଅଙ୍ଗନୱାଡ଼ି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ଯୋଜନା ଗୁଡିକର ସମୀକ୍ଷା କରିବା ସହ ବ୍ଲକ ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ସମସ୍ତଙ୍କ ଭିତରେ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଏ ବି ଡି ଓ ସୁଶିଲ ପଟନାୟକ, ଏ ଇ ଇ ପ୍ରମୋଦ କୁମାର ପାଣିଗ୍ରାହୀ,ଜି ପି ଇ ଓ ଦେବରାଜ ନାୟକ, ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ,ସି ପି ଲମ୍ବୋଦର ଗୌଡ଼, ଏ ପି ଓ ନନ୍ଦିନୀ ଦାସ, ବି ଏସ ଏସ ଓ ସଚିନ ପାତ୍ର, ସି ଡି ପି ଓ ସୁନିଲ ପ୍ରଭା ରଥ, ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା,କନିଷ୍ଠ ଯନ୍ତ୍ରୀ ଦୀପ୍ତିରେଖା ନାଥ, ଡି .କନ୍ୟାକୁମାରୀ , ବିଜୟଲକ୍ଷ୍ମୀ ସାହୁ,ଅର୍ଚ୍ଚନା ପଣ୍ଡା, ପ୍ରଦୀପ ନାୟକ,ପ୍ରେମ ରଞ୍ଜନ ମହାପାତ୍ର, ବିକ୍ରମ ସୋରେନ ଙ୍କ ସମେତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସମସ୍ତ ଏ ଡି ଇ ଓ,ସମସ୍ତ ଯୋଗାଣ ସହାୟକ ଉପସ୍ଥିତ ରହିଥିଲେ।
ଆସିକା ରୁ ଗଣେଶ ପାଣିଗ୍ରାହୀ ଙ୍କ ରିପୋର୍ଟ


