ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡରେ ରହୁଥିବା ସବୁ ବର୍ଗର ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଥିବା ପ୍ରଥମ ପଞ୍ଜିକୃତ କବିସମ୍ରାଟ ମିଡ଼ିଆ କ୍ଳବର ୨ୟ ପ୍ରତିଷ୍ଠା ଉତ୍ସବ ବେଲଗୁଣ୍ଠା ବଣିକ ସଙ୍ଘ ସଭା ଗୃହ ଠାରେ ଧୁମଧାମରେ ପାଳିତ ହୋଇଯାଇଛି। ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଂଜନ କୁମାର ଦେ, ବେଳଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ କୁମାର ସେଠୀ, ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ବେଳଗୁଣ୍ଠା ବଣିକ ସଂଘ ସଭାପତି ସି.ଏଚ୍ ସନତ କୁମାର ସୁବୁଦ୍ଧିଙ୍କ ସମେତ କ୍ଲବର ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ ଓ ସଂଜୀବ କୁମାର ପାତ୍ର ମଞ୍ଚାସୀନ ଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସୁଶ୍ରୀ ମିତାଲି ପଟ୍ଟନାୟକ ପାରମ୍ଭିକ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସଂଘର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ବର୍ଷସାରା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିବାବେଳେ ସଂଘର ଉପ ସଭାପତି ପୁରୁଷୋତ୍ତମ ମହାପାତ୍ର ଓ ସମୀର ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୦୨୫-୨୬ବର୍ଷ ପାଇଁ ଚୟନ ହୋଇଥିବା କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ଼ ମେମ୍ବର, ସମାଜସେବୀ, କଳାକାର, ଶିକ୍ଷାବିତ ଏବଂ ନାଟ୍ୟକାରମାନଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ବେଲଗୁଣ୍ଠା ଅଞ୍ଚଳର ସାମ୍ବାଦିକ ବନ୍ଧୁମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ କବି ସମ୍ରାଟ ମିଡ଼ିଆ କ୍ଲବ ପଞ୍ଜିକୃତ ହେବା ସହ ସାମାଜିକ ସେବା କାର୍ଯ୍ୟରେ ଅହରହ ସେବା ଯୋଗାଇ ଦେଇ ଆସୁଛି। ବୃକ୍ଷ ରୋପଣ, ରକ୍ତ ଦାନ ଶିବିର, ସମ୍ବାଦିକଙ୍କ ହକ ପାଇଁ ଲଢ଼ିବା, ଏପରିକି ପିଡୀତାଙ୍କ ନ୍ୟାୟ ପାଇଁ କ୍ୟାଣ୍ଡେଲ ରାଲି କରିବା, ଡାକ୍ତରଖାନାରେ ପଡିଥିବା ରୋଗୀଙ୍କୁ ରକ୍ତ ଯୋଗାଇବା, ସମ୍ବାଦିକ ବନ୍ଧୁ ଶୋକ ସନ୍ତାପ ପରିବାର ପାଖରେ ପହଞ୍ଚିବା, ଜିଲ୍ଲା ଘୋଷଣା ହେଉ ବା ଭଞ୍ଜନଗରକୁ ପୌରପାଳିକା ଘୋଷଣା ଦାବି କରିବା ଓ ଭଞ୍ଜନଗର ଡାକ୍ତରଖାନାକୁ ନିୟମିତ ଡାକ୍ତର ଯୋଗାଇବା ଆଦି କାର୍ଯ୍ୟକ୍ରମ କରି ଆସିଛି। ଆଗାମୀ ଦିନରେ ସମ୍ବାଦିକ ମାନଙ୍କୁ କବି ସମ୍ରାଟ ମିଡ଼ିଆ କ୍ଲବ ବୀମା ଭୁକ୍ତ କରିବା ପାଇଁ ସଭାପତି ଘୋଷଣା କରିଥିଲେ। କବି ସମ୍ରାଟ ମିଡ଼ିଆ କ୍ଲବର କାର୍ଯ୍ୟପନ୍ଥାକୁ ଅତିଥିମାନେ ପ୍ରଶଂସା କରିବା ସହ ଭଞ୍ଜନଗରରେ ସମସ୍ତ ସମ୍ବାଦିକମାନଙ୍କୁ ଗୋଟିଏ ଡୋରୀରେ ବାନ୍ଧି ରଖିଥିବା ଯୋଗୁଁ ଧନ୍ୟବାଦ ଦେଇଥିଲେ। ଆଜିର ଏହି ପ୍ରତିଷ୍ଠା ଉତ୍ସବକୁ କବି ସମ୍ରାଟ ମିଡ଼ିଆ କ୍ଲବ ବେଲ୍ଲଗୁଣ୍ଠା ବ୍ଲକର ସଦସ୍ୟ ରଞ୍ଜିତ କୁମାର ସାମଲ, କୋଷାଧ୍ୟକ୍ଷ ଏ. ମନୋଜ କୁମାର ପାତ୍ର, ସଂଯୋଜକ ସୁଶାନ୍ତ କୁମାର ବେହେରାଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନ ତରଫରୁ ସଭାପତି ଧନ୍ୟବାଦ ଦେଇଥିଲେ। ସମସ୍ତ କର୍ମକର୍ତ୍ତା ସହିତ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଆନୁଷ୍ଠାନିକ ଭାବେ ସଂଘର ଉପସଭାପତି ପୁରୁଷୋତ୍ତମ ମହାପାତ୍ର ଧନ୍ୟବାଦ ଜଣାଇଥିଲେ।


