ରାମ ମନ୍ଦିର ଛକ ଖାଦି ବୋର୍ଡ ନିକଟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂଘ ଶତାବଧି ଉଛବରେ ସାନଖେମୁଣ୍ଡି ବିଜେପି ପାର୍ଥି |


*ଶଙ୍କର ପାଣିଗ୍ରାହୀ ଭୁବନେଶ୍ୱର ୧୨/୧୦/୨୦୨୫ ରବିବାର:- ଆଜି ଭୁବନେଶ୍ୱର ରାମ ମନ୍ଦିର ଖାଦି ବୋର୍ଡ ନିକଟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂଘ ଶତାବଧି ଉଛବ ପାଳିତ ହୋଇ ଯାଇଛି | ଉକ୍ତ ଉଛବରେ ହଜାରରୁ ଉର୍ଧ ସ୍ୱୟଂ ସେବକ ସାମିଲ ହୋଇଥାବାଳେ ଅନେକ ବିଦ୍ଧିଜୀବି,ରାଜନେତା,କଳାକାର,ରାଷ୍ଟ୍ର ଭକ୍ତଙ୍କ ମିଳିତ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ.ଉତ୍ତମ କୁମାର ପାଣିଗ୍ରାହୀ ତଥା ତାଙ୍କ ସହଯୋଗୀଙ୍କୁ ଦେଖିବାକୁ ମିଳିଛି | କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଲା ଧ୍ବଜା ଉତ୍ତାଳନ,ଧ୍ୱଜା ପ୍ରଣାମ  ଓ ରାଷ୍ଟ୍ର ସଂଗୀତ ଗାନ ପରେ ପରେ ସଂଘ ପାଦ ସଞ୍ଚାଳନ କାର୍ଯ୍ୟ ଆରମ୍ଭ ହୋଇ ସେଠାରୁ ଅଲଗା ଅଲଗା ଭାଗରେ ପାଖାପାଖି ବିଭିର୍ନ ଅଞ୍ଚଳ ନଗର ପରିକ୍ରମା କରିଥିବା  ଦେଖିବାକୁ ମିଳିଛି |ଉକ୍ତ ନଗର ପରିକ୍ରମରେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବାପାଇଁ ସୁରକ୍ଷା ବାହିନୀ କଡାକଡି ନଜର ରଖିଥିବା ଦେଖିବାକୁ ମିଳିଛି |* 


*ଭୁବନେଶ୍ୱରରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*

Post a Comment

Previous Post Next Post