ରାଜ୍ୟରେ ବିଗୁଡୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବାକୁ ମୋହନ ସରକାର ଆକ୍ସନକୁ ଆସନ୍ତୁ : ସଞ୍ଜୀବ ପଟ୍ଟନାୟକ

 


( ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :  ରାଜ୍ୟରେ ବଢି ଚାଲିଥିବା ଅପରାଧିକ ମାମଲା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୋର ସରକାରଙ୍କୁ କିଛି ପରାମର୍ଶ ସରକାର ଏହା ଗ୍ରହଣ କରି ପାରନ୍ତି କିମ୍ୱା ଅଗ୍ରାହ୍ୟ କରି ପାରନ୍ତି ଯାହା ସରକାରଙ୍କ ଉପାରେ ନିର୍ଭର। ସରକାର ବଢ଼ି ଚାଲିଥିବା ଅପରାଧ ନିୟନ୍ତ୍ରଣ ନିମନ୍ତେ କିଛି କୁଖ୍ୟାତ ଅପରାଧୀ (dreaded criminal) କୁ ଏନକାଉଣ୍ଟର କରିବା ନେଇ ବିଚାର କରୁଥିବା ଖବର ଶୁଣାଯାଉଛି। ଏହା କରିବା ଏତେ ସହଜ ନୁହେଁ। ଅଧିକନ୍ତୁ ସରକାର ବିଭିନ୍ନ ବର୍ଗର ମାଫିଆ, ଧାରାବାହିକ ବିଶୃଙ୍ଖଳାରୀ, ଆଇନ ଉଲଙ୍ଘନକାରୀ ଓ ପେଶାଦାର ଅପରାଧୀଙ୍କୁ ଏନଏଏସରେ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଧେଶ ଜାରି କରନ୍ତୁ। ଏଭଳି କହିବା ଓ ବାହାସ୍ଫଟ ମାରିବା ଦରକାର ନାହିଁ। ସରକାର ଆକ୍ସନକୁ ଆସନ୍ତୁ ଏହା ସମସ୍ତେ ଚାହାଁନ୍ତି ଓ ଆଶା କରନ୍ତି। ଅପରାଧ ଓ ମଫିଆ ରାଜ ଦମନ ନିମନ୍ତେ ପୋଲିସକୁ ସ୍ଵତନ୍ତ୍ର କ୍ଷମତା ଓ ଫ୍ରି ହାଣ୍ଡ ଦିଆଯାଇ ନିର୍ଦ୍ଧିଷ୍ଟ ସମୟ ଭିତ୍ତିକ ଏକ ସ୍ଵତନ୍ତ୍ର ଅଭିଯାନ କରାଯାଉ। ଏତଦବ୍ୟତୀତ ଅପରାଧୀଙ୍କୁ ଆଇନର ସାହାଯ୍ୟ ଓ ସାହାରା ନେଇ ଅଦାଲତ ଦ୍ଵାରା ଦଣ୍ଡିତ କରାଇବା ବ୍ୟବସ୍ଥା କରାଯାଉ । ବିଭିନ୍ନ ଥାନା ଓ ଏସପି ମାନଙ୍କୁ ମାସିକିଆ ନିର୍ଦ୍ଧିଷ୍ଟ ଟାସ୍କ ଓ ଟାର୍ଗେଟ ଦିଆଯାଉ। ନିୟମିତ ଅପରାଧ ଓ ଦଣ୍ଡ ବିଧାନରେ ସମୀକ୍ଷା କରାଯାଉ। ଯେଉଁ ଥାନା ଅଧିକାରୀ ଓ ତଦନ୍ତ କାରି ଅଧିକାରୀ ଏବଂ ଏସପି ଏହି ଟାସ୍କ ଓ ଟାର୍ଗେଟ ପୂରଣ କରିବାରେ ଅସମର୍ଥ ଓ ବିଫଳ ହୁଅନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ପେଣ୍ଡିଂ କେସ ସବୁ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ କ୍ଲୋଜ କରାଯାଉ। ଦରକାର ପଡ଼ିଲେ ଫାଷ୍ଟ ଟ୍ରାକ କୋର୍ଟ ଗଢା ଯାଉ। ଅପରେସନ କ୍ଲିନ ଆରମ୍ଭ କରାଯାଉ। ଆବଶ୍ୟକ ହେଲେ ଅବସରପ୍ରାପ୍ତ ପୋଲିସ ଅଫିସର ମାନଙ୍କ ନିର୍ଦ୍ଧିଷ୍ଟ ଅବଧି ସକାଶେ ସାହାଯ୍ୟ ସହଯୋଗ ନିଆଯାଇ ପାରେ । ଯେଉଁ ଭଲ, ଟାଣୁଆ ଓ ଦକ୍ଷ ପୋଲିସ୍ ଅଧିକାରୀ ନିଜ କର୍ତ୍ତବ୍ୟ ସଚ୍ଚୋଟତାର ସହ ଦାୟିତ୍ୱ ନିର୍ବାହ କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଉ । ଲାଞ୍ଚୁଆ, ଅଦକ୍ଷ ଓ ଅପାରଗ ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହା ହେଲେ ଅନେକାଂଶରେ ଅପରାଧ କମିବା ସହ ପୋଲିସ ଉପରୁ ଅନେକ ବୋଝ ହାଲୁକା ହୋଇଯିବ। ସେହିପରି ଆଇନଶୃଙ୍ଖଳା ଠିକ୍ ରହିଲେ ଉନ୍ନୟନ ବିକାଶ କାମ ଆଗେଇବା ସହ ରାଜ୍ୟରେ ପୁଞ୍ଜି ନିବେଶ ନିମନ୍ତେ ପୁଞ୍ଜି ନିବେଶକାରି ମାନେ ଆଗଭର ହେବେ । ଶାନ୍ତି, ସୁରକ୍ଷା ଓ ନିରାପତ୍ତା ଭଳି ଅନୁକୂଳ ପରିବେଶ ନ ରହିଲେ କୌଣସି ବ୍ୟବସାୟୀ ଓ ପୁଞ୍ଜି ନିବେଶ କାରୀ ଏଠାରେ ବାଣିଜ୍ୟ ବ୍ୟବସାୟ ଓ ପୁଞ୍ଜି ନିବେଶ କରି ଶିଳ୍ପ ପ୍ରତିଷ୍ଠା କରିବ ନାହିଁ ।  ତେଣୁ ସରକାର ଦୃଢ଼ତା ଓ ଆନ୍ତରିକତାର ସହ ଏଭଳି କିଛି ପଦକ୍ଷେପ ନେଲେ ଯାଇ ଏଥିରେ ସୁଧାର ଆସିବ। ନଚେତ୍ ବାକ୍ୟ ବାଣରେ ଆଇନ ଶୃଙ୍ଖଳାର ଯେଉଁ ଉତ୍କଟ ସମସ୍ୟା ଦେଖା ଯାଇଛି ତାହାର ସ୍ଥାୟୀ ସମାଧାନ ହେବ ନାହିଁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ମୁଁ ବୁଝି ପାରୁ ନାହିଁ ସରକାର ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ରୂପେ ନିଯୁକ୍ତି କରିଛନ୍ତି। ସେ କରୁଛନ୍ତି କଣ? ସରକାର ତାଙ୍କର ପରାମର୍ଶ ଓ ତାଙ୍କ ଅଭିଜ୍ଞତାର ସେବା ନେଉ ନାହାନ୍ତି କାହିଁକି ? ନା ସରକାର କାହାର ବାହ୍ୟ ଚାପରେ ଚାପି ହେଇ ଯାଉଛନ୍ତି ସ୍ପଷ୍ଟ କରନ୍ତୁ।

Post a Comment

Previous Post Next Post