କୋଦଳା ରେ କ୍ଳଷ୍ଟର ସ୍ତରୀୟ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି


  କୋଦଳା -  ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୋଦଳା କ୍ଲାଷ୍ଟର ରେ ୨୦୨୫ ସୁରଭି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଵର୍ଣ୍ଣମୟୀ ଉଛ ବିଦ୍ୟାଳୟ ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ କୋଦଳା ଏ ନେ ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ନାୟକ ମୁଖ୍ୟ ଅତିଥି ଓ ଉପାଧକ୍ଷା ଶ୍ରୀମତୀ ରଞ୍ଜିତା ସେଠି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । କୋଦଳା କ୍ଲାଷ୍ଟର  ସିଆରସିସି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ସିଂହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ , ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମା କାନ୍ତ ବେହେରା ସମସ୍ତ ସହଯୋଗ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶିକ୍ଷକ ପଙ୍କଜ କୁମାର ବେହେରା , ଶିକ୍ଷକ ପ୍ରଭାତ କୁମାର ମିଶ୍ର , ଶିକ୍ଷାବିତ୍ ନାରାୟଣ ସୁମନ୍ତରା ,;ଅଶ୍ୱନି ପ୍ରହରାଜ , ବିଜୟ ସେଠି , କୃଷ୍ଣ ଚନ୍ଦ୍ର ପାତ୍ର , ରବି ନାରାୟଣ ଶତପଥୀ , ସିଆରସିସି କାଳି ଶତପଥୀ , ସିମାଞ୍ଚଳ ପରିଡ଼ା , ଦେବବ୍ରତ ମାଝୀ ଯୋଗଦେଇଥିଲେ । କୋଦଳା କ୍ଲାଷ୍ଟର ୧୨ ଟି ବିଦ୍ୟାଳୟରୁ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭିଭିର୍ନ ପ୍ରତିଯୋଗିତା ରେ ପୁରସ୍କୃତ ହୋଇଥିଲେ । କୋଦଳା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ  ସହଯୋଗ ପ୍ରଦାନ କରିଥିଲେ ।

Post a Comment

Previous Post Next Post