ଓଡ଼ିଆ ଭାଷାର ବିକାଶ ପାଇଁ ମେୟରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନ ତରଫରୁ ଆଲୋଚନା


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ବ୍ରହ୍ମପୁର ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ଭାଷା ତପସ୍ୱୀ ତ୍ରିନାଥ ମହାରଣା, ସମ୍ପାଦକ ଶିକ୍ଷାବିତ୍ ହରେକୃଷ୍ଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପତି ତଥା ଉପଦେଷ୍ଟା ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଆଜି ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ୨୦ ନମ୍ବର ୱାର୍ଡ କର୍ପୋରେଟର ରଂଜିତା ବେହେରା ଓ ୩୭ନମ୍ବର ୱାର୍ଡ କର୍ପୋରେଟର ବନିତା ସାହୁଙ୍କ ଉପସ୍ଥିତିରେ ଓଡ଼ିଆ ଭାଷାର ମର୍ଯ୍ୟାଦା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନେ ଓଡ଼ିଆ ନାମଫଳକ ପାଇଁ ମହାନଗର ନିଗମ ତରଫରୁ ଦିଆ ଯାଇଥିବା ବିଜ୍ଞାପନ ନିମନ୍ତେ ଧନ୍ୟବାଦ ଦେଇଥିଲେ। ଏହା ସହ ନାମଫଳକରେ ୬୦%ସ୍ଥାନ ଓଡ଼ିଆ ରଖାଯାଇଛିକି ନାହିଁ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା ସମୀକ୍ଷା,  ବ୍ରହ୍ମପୁର ଆସୁଥିବା ଯାନବାହନ ଗୁଡିକର ନାମଫଳକ ଓଡ଼ିଆରେ ଲେଖିବା, ଭୋଜନାଳୟ ବା ଦୋକାନର ଦର ତାଲିକା ଓଡ଼ିଆରେ ଲେଖିବା ପାଇଁ ପଦକ୍ଷେପ ନେବା ସହିତ କମିଶନରଙ୍କ ଅଧ୍ୟକ୍ଷତାରେ ସରକାରୀ ଅଧିକାରୀ ମାନଙ୍କର ଏକ ବୈଠକ କରି ସେଥିରେ ନଥି କାମ ଓଡ଼ିଆରେ କରିବା ଓ ପତ୍ର ତଥା ଆଦେଶ ପତ୍ର ଓଡ଼ିଆରେ କରାଯିବା ପାଇଁ ଆଲୋଚନା କରିବାକୁ ଅନୁରୋଧ କରାଯାଇଥିଲା। ସେମାନେ ଏକ ଦାବିପତ୍ର ମେୟରଙ୍କୁ ଦେବା ସହିତ ଓଡ଼ିଆ ଭାଷାର ମର୍ଯ୍ୟାଦା ବୃଦ୍ଧି ତଥା ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ନିମନ୍ତେ ଯେକୌଣସି କାର୍ଯ୍ୟରେ ଓଡ଼ିଆ ଭାଷା ଆନ୍ଦୋଳନ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ଜଣାଇଥିଲେ।

Post a Comment

Previous Post Next Post