ଗୁରୁକୁଳ ଆନ୍ତର୍ଜାତୀୟ ଇଂରାଜୀ ମାଧ୍ଯମ ବିଦ୍ଯାଳୟ ପରିସର ରେ ଆଡମ୍ବର ସହକାରେ ଗୁରୁଦିବସ ପାଳିତ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଗୁରୁକୁଳ ଆନ୍ତର୍ଜାତୀୟ ଇଂରାଜୀ ମାଧ୍ଯମ ବିଦ୍ଯାଳୟ ପରିସର ରେ ଅତି ଆଡମ୍ବର ସହକାରେ ଗୁରୁଦିବସ ପାଳନ ହୋଇ ଯାଇଛି ା ଉକ୍ତ ଉତ୍ସବ ରେ ବ୍ରହ୍ମପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଚ୍ଯାଉ ପଟ୍ଟନାୟକ ମୁଖ୍ଯ ଅତିଥି,ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ବ୍ରହ୍ମା ସମ୍ମାନୀୟ ଅତିଥି, ବରିଷ୍ଠ ଚାଟର୍ଡ  ଏକାଉଣ୍ଟଟେଣ୍ଟ ଶ୍ରୀଯୁକ୍ତ ତ୍ରିଲୋଚନ ମହାପାତ୍ର ମୁଖ୍ଯ ବକ୍ତା, ବିଦ୍ଯାଳୟର  ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ସଂପାଦିକା ଶ୍ରୀମତୀ ଅନୀତା କୁମାରୀ ପାଢୀଓ ଅଧ୍ଯକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ବଡପଣ୍ଡା ଅତିଥି ରୂପେ ଯୋଗଦେଇ ଡ. ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କୁ ପୂଷ୍ପମାଲ୍ଯ  ଅର୍ପଣ କରି  ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦାୟୀ ଉଦ୍ ବୋଧନ ଦେଇ ଜୀବନ ରେ ଗୁରୁମାନଙ୍କ ର ମହତ୍ତ୍ବ ପ୍ରତିପାଦନ କରିଥିଲେ ା ଛାତ୍ରଛାତ୍ରୀ ମାନେ ଚନ୍ଦନ ସିନ୍ଦୁର ପୁଷ୍ପ ଦେଇ ଅତିଥି ମାନଙ୍କ ସହ ସମସ୍ତ ଗୁରୁଙ୍କୁ ପୂଜନ କରି ସେମାନଙ୍କ ଠାରୁ ଆଶୀର୍ବାଦ ଲାଭ କରି ଥିଲେ ା କାର୍ଯ୍ୟକ୍ରମ ଶେଷ ରେ  ଗୁରୁମାନଙ୍କ ର ପରୋକ୍ଷ ତତ୍ତ୍ବାବଧାନ ରେ   ବିଦ୍ଯାର୍ଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ  ଓ  ହିନ୍ଦି, ଇଂରାଜୀ ଓ ଓଡ଼ିଆ ଭାଷାରେ ଭାଷଣ ଉପସ୍ଥାପନ କରିଥିଲେ ଓ ବିଦ୍ଯାଳୟ ତରଫରୁ ଆୟୋଜିତ ମିଷ୍ଟାନ୍ନ ଖାଇ ଘରକୁ ଫେରିଥିଲେ ା ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ଯାଳୟର ସାଂସ୍କୃତିକ ବିଭାଗ ଶ୍ରୁଙ୍ଖଳିତ ଭାବେ ସୁପରିଚାଳନା କରିଥିଲେ ା

Post a Comment

Previous Post Next Post