ଚିନ୍ମୟ କୁମାର ବେବର୍ତ୍ତା ପାଇବେ ଇଂ. ରଜନୀକାନ୍ତ ପଣ୍ଡା ସ୍ମୃତି ସମ୍ମାନ

 


ଭଞ୍ଜନଗର ୭/୯ (ନି.ପ୍ର) : ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆସନ୍ତା ୨୮ ତାରିଖରେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କୁ ଇଂ ରଜନୀକାନ୍ତ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ଡକ୍ଟର ଅଶୋକ କୁମାର ପଣ୍ଡା ଜଣାଇଛନ୍ତି। ଏହା ସହିତ ଉକ୍ତ ଉସବରେ ଅନ୍ୟ ଛଅ ଜଣ ପ୍ରତିଭାଙ୍କୁ ସାରସ୍ୱତ ସମ୍ମାନ ୨୦୨୫ରେ ସମ୍ମାନିତ କରାଯିବ। ୧.ବାବା ବୈଦ୍ୟନାଥ ସମ୍ମାନ, ପ୍ରଫେସର ଡକ୍ଟର ଅରୁଣ କୁମାର ତ୍ରିପାଠୀ ଗଣିତ ବିଭାଗ, ଜ୍ୟୋତି ବିହାର, ସମ୍ବଲପୁର। ୨.ଭାରତୀ ସମ୍ମାନ, ଡକ୍ଟର ପୁଷ୍ପଲତା ସାହୁ, ପ୍ରାକ୍ତନ ଓଡ଼ିଆ ଅଧ୍ୟାପିକା ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଖେମୁଣ୍ଡି ମହାବିଦ୍ୟାଳୟ, ଦିଗପହଣ୍ଡି । ୩. ତ୍ରିଧାରା ଯୁବ ସମ୍ମାନ, ସତ୍ୟନାରାୟଣ ସାହୁ, କବି ଓ ଶିକ୍ଷକ,ଛତ୍ରଙ୍ଗ, ବୌଦ୍ଧ। ୪. ତ୍ରିଧାରା ସାରସ୍ୱତ ସମ୍ମାନ, ଚିତ୍ତରଞ୍ଜନ ଦାଶ, ଆଇନଜୀବୀ ଓ ସାହିତ୍ୟିକ ଜିଲ୍ଲା ଦୌରାଜର୍ଜ ଅଦାଲତ, ବୌଦ୍ଧ । ୫ ପଦ୍ମଶ୍ରୀ ଭଗବାନ ସାହୁ ସ୍ମୃତି ସମ୍ମାନ, ପ୍ରଫୁଲ୍ଲ କୁମାର ବେହେରା, ନୃତ୍ୟ ଗୁରୁ, ନରେନ୍ଦ୍ରପୁର, ଗଞ୍ଜାମ। ୬. ତ୍ରିଧାରା ଶିକ୍ଷା ସମ୍ମାନ ଶ୍ରୀମତୀ ଶର୍ମିଳା ପଟ୍ଟନାୟକ, ପ୍ରଧାନଆଚାର୍ଯ୍ୟା, କଳିଙ୍ଗ ବିଦ୍ୟାମନ୍ଦିର, ବ୍ରହ୍ମପୁର। ପ୍ରକାଶଥାଉକି ୧୯୯୯ ମସିହାରେ ଶ୍ରୀଯୁକ୍ତ ବେବର୍ତ୍ତାଙ୍କ ପ୍ରଥମ କବିତା କଲେଜ ମ୍ୟାଗାଜିନ୍‍ ପ୍ରକାଶ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ୨୦୦ରୁ ଅଧିକ କବିତା, ପ୍ରବନ୍ଧ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହିତ ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ୨୦୦୨ ମସିହାରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ପ୍ରତିଷ୍ଠା କରି ପତ୍ରିକା ପ୍ରକାଶ କରିବା ସହିତ ପ୍ରକାଶନ ସଂସ୍ଥା ଭାବେ ୩୦୦ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶ କରିଛନ୍ତି। ତାଙ୍କର ପ୍ରଥମ କବିତା ସଂକଳନ ‘ବର୍ଣ୍ଣିଳ ସ୍ଥାପତ୍ୟ’ ଏବଂ ଦ୍ୱିତୀୟ ଶିଶୁ କିଶୋର (ବିଜ୍ଞାନଧର୍ମୀ) ପୁସ୍ତକ ‘ଆମ ପରିବେଶ’ ପ୍ରକାଶିତ ହୋଇ ପାଠକ ସ୍ୱୀକୃତି ଲାଭ କରିଛି।

Post a Comment

Previous Post Next Post