ଶଙ୍କର ପାଣିଗ୍ରାହୀ,ଢଉପଦା ୧୩/୦୯/୨୦୨୫:- ଆଜି ଢଉପଦା ଗ୍ରାମର ଶ୍ରୀଶ୍ରୀମା ମାଣିକେଶ୍ବରୀ ପୀଠରେ ମାଣିକ୍ୟପୁର ମଣ୍ଡଳ ବିଜେପି ତରଫରୁ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ ଶ୍ରୀ ଉତ୍ତମ ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ସେବା ପକ୍ଷ ପାଳିତ ହୋଇଯାଇଛି | ଉକ୍ତ ସେବା ପକ୍ଷ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ରାଜ୍ୟ କୃଷକ ମୋର୍ଚା ସଂଯୋଜକ ଶ୍ରୀ ସୁନୀଲ ମହାନ୍ତି, ମାଣିକ୍ୟପୁର ମଣ୍ଡଳ ସଭାପତି ଟୁକୁନା ନାୟକ,ମାଣିକ୍ୟପୁର ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହୀ,ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ,ଜାହଡା ମଣ୍ଡଳ ପ୍ରତିନିଧି ଗରିବ ନାୟକ,ଓଲମ୍ବା ସରପଞ୍ଚ ପ୍ରାଥୀ ସମୀର ସ୍ୱାଇଁ,ମଛାକୋଟ ନ୍ୟାୟ ସରପଞ୍ଚ ପିଣ୍ଟୁ ଭାଇ,ଧରାକୋଟ ଯୁବ ମୋର୍ଚା ସଂଯୋଜକ ଦେବାଶିଷ ମିଶ୍ର,ମାନସ ନାୟକ,ମିଥୁନ ପ୍ରଧାନ, ଓଳମ୍ବ ବରିଷ୍ଠ କାର୍ଯ୍ୟକର୍ତା ଭଜାରାମ ଭାଇ, ବାହାରପୁର ଶୀର୍ଷ କାର୍ଯ୍ୟ କର୍ତା ହୃଷିକେଶ ଭାଇ,ସୁଦାମ ଭାଇ,ପ୍ରଦୀପ ନାୟକ ସମେତ ସାତୋଟି ପଞ୍ଚାୟତର ଶତାଧିକ କର୍ମୀ ଯୋଗ ଦେଇ ସେବା ପକ୍ଷ ବିଷୟରେ ଆଲୋଚନା କରିଥିଲେ | ଉକ୍ତ ବୈଠକରେ ରାଜ୍ୟ କୃଷକ ମୋର୍ଚା ସଂଯୋଜକ ଶ୍ରୀ ସୁନୀଲ ମହାନ୍ତି କହିଥିଲେ ମା ପାଇଁ ଗଛଟିଏ ରୋପଣ କରିବା,ଗ୍ରାମରେ ଅସହାୟ ଲୋକଙ୍କୁ ସହଯୋଗ କରିବା,ଗ୍ରାମରେ ସ୍ୱର୍ଚ୍ଛତା ରକ୍ଷା କରିବା,ରକ୍ତ ଦାନ କରିବା,ସରକାରୀ ସୁବିଦ୍ଧରୁ ବଂଚିତ ରହିଥିବା ଲୋକଙ୍କୁ ଉପଯୁକ୍ତ ସୁବିଧା ଦେବା ଭଳି ଅନେକ ସେବା ବିଷୟରେ ଆଲୋଚନା କରିଥିଲେ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଦେବାଶିଷ ଭାଇ ବୈଠକକୁ ସାଙ୍ଗ କରିଥିଲେ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯଜୁ ଓଡିଶା


