ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା)ନିଖିଳ ଉତ୍କଳ କୂର୍ମି କ୍ଷତ୍ରୀୟ ପ୍ରଦେଶ ସନ୍ଥା ର ସାଧାରଣ ବୈଠକ ବାଉଁଶଲୁଣ୍ଡି ସମ୍ମିଳନୀ କକ୍ଷ ଠାରେ ପ୍ରଦେଶ ସଭାପତି ସୂର୍ଯ୍ୟ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ପ୍ରଦେଶ ସଂଗଠକ ଭବାନୀ ଶଙ୍କର ପ୍ରଧାନ, ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷlଧ୍ୟକ୍ଷ ବିପିନ ଚରଣ ନାୟକ, ଉପସଭାପତି କଂଗ୍ରେସ ପ୍ରଧାନ, ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗା ଧର ନାୟକ, ରାଷ୍ଟ୍ରୀୟ ସଚିବ ନେତାଜୀ ବିଷୋୟୀ, ରାଷ୍ଟ୍ରୀୟ ସଂରକ୍ଷକ ବଂଶୀଧର ନାୟକ ପ୍ରମୁଖ ମଂଚାସୀନ ଥିଲେ l ସମ୍ପାଦକ ବିଶ୍ୱନାଥ ରାଉତ ବିବରଣୀ ପଠନ ସହିତ କାର୍ଯ୍ୟ କ୍ରମ ଉପସ୍ଥl ପନା କରିଥିଲେ l ପ୍ରଥମ ପର୍ଯ୍ୟାୟରେ ପ୍ରଦେଶ ସଭାପତି ଜାତିର ଗୈରିକ ପତାକା ଉତ୍ତୋଳନ କରିଥିଲେ l କୁଲାଧିକାରୀ ହାଡୁବନ୍ଧୁ ପ୍ରଧାନ ସିଂ ଜାତିର ସଂଗୀତ ଗାନ କରିଥିଲେ ଏବଂ ଜଗନ୍ନାଥଙ୍କ ଠାରେ ଆଳତି ପ୍ରଦାନ କରିଥିଲେ l ଆଜିର ବୈଠକରେ ଦ୍ୱାଦଶ ପ୍ରଦେଶ ମହାସଭା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା l ମହିଳା ଉପସ୍ଥାନ, ଯୁବଜାଗରଣ, ରାଷ୍ଟ୍ରୀୟ ସ୍ତରର ଅତିଥିମାନଙ୍କ ଆଗମନ, ସ୍ମରଣିକା ପ୍ରସ୍ତୁତି, ସାଂସ୍କୃତିକ କାର୍ଯ୍ୟ, ଧାରା ଓ ନିୟମ ର ସଂଶୋଧନ, ପ୍ରଦେଶର ଜନଗଣନା, ବିଦ୍ୟୁତ ଓ ଜଳର ସୁବ୍ୟବସ୍ଥା, ଅତିଥିମାନଙ୍କ ରହଣି,ଅଭ୍ୟର୍ଥନା କମିଟି ଗଠନ,ସଭାମଞ୍ଚ, ରୋଷଶାଳା, ଶୌଚାଳୟ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବୈଠକରେ ଆଲୋଚନା କରାଯାଇ ଥିଲା l ବୈଠକରେ ଚଉଦଟି ଅଂଚଳର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହନ କରି ଥିଲେ l ବିଭିନ୍ନ ଛୋଟବଡ ସମସ୍ୟା ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଅଂଚଳ ସମୂହ ପ୍ରଦେଶ ମହାସଭା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ରହିବା ଉପରେ ଗୁରୁତ୍ୟାରୋପ କରାଯାଇଥିଲା l ନେତାଜୀ ବିଷୋୟୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ରବୀନ୍ଦ୍ର କୁମାର ପ୍ରଧାନ , ଭଞ୍ଜ କିଶୋର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ l
Tags:
ଆଞ୍ଚଳିକ.


