ମାଆକୁ ଅସଦାଚରଣ ଓ ପୁଅକୁ ଆକ୍ରମଣ ଘଟଣାରେ ଜଣେ ଗିରଫ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଜନୈକା ମହିଳାଙ୍କୁ ଅସଦାଚରଣ ଓ ତାଙ୍କ ପୁଅକୁ ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଜଣକ ହେଲେ ବିଷ୍ଣୁଚକ୍ର ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ(୩୦) ଓରଫ ପିଣ୍ଟୁ ପ୍ରଧାନ ।ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୫୦୨/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତ ରବିବାର ରାତି ପ୍ରାୟ ଦଶଟା ସମୟରେ ରାମଚନ୍ଦ୍ର ଗୌଡଙ୍କ ପତ୍ନୀ ପ୍ରତିମା ଗୌଡ(୪୨) ତାଙ୍କ ଘରପିଣ୍ଡାରେ ବସି ସ୍ବାମୀଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ମାତାଲ ଅବସ୍ଥାରେ ଥିବା ପିଣ୍ଟୁ ସେଠାରେ ପହଞ୍ଚି ତାଙ୍କ ପ୍ରତି ଅଶ୍ବିଳ ଭାଷା ପ୍ରୟୋଗ କରି ପାଖରେ ଯାଇ ବସିଲା। ପ୍ରତିମା ଅସହଜ ମନେକରିବାରୁ ତାଙ୍କ କାନ୍ଧରେ ହାତ ପକାଇ ବଳପୂର୍ବକ ଘର ଭିତରକୁ ଟାଣି ନେବାକୁ ଉଦ୍ୟମ କଲା। ତାହାର କବଜାରୁ ମୁକୁଳିବା ପାଇଁ ପ୍ରତିମା ପିଣ୍ଟୁକୁ ଠେଲି ଦେବାରୁ  ତଳେ ପଡିଗଲା ଏବଂ ପ୍ରତିମା ଘର ଭିତରକୁ ପଶିଯାଇ ଭିତର ପଟୁ କବାଟ କିଳି ଦେବାରୁ ସେ ଘରକୁ ଫେରିଗଲା।  ପ୍ରତିମାଙ୍କ ପୁଅ ଶଙ୍କର ଏହା ଜାଣିବା ପରେ ସେ ପିଣ୍ଟୁର ଘରକୁ ଯାଇ ତାକୁ ଡାକିବାରୁ ସେ ଏକ ଠିଆକୋଡିରେ ଶଙ୍କରକୁ ଆକ୍ରମଣ କରିଥିଲା। ଫଳରେ ଶଙ୍କରର ହାତ ଓ ବିଶିଆଙ୍ଗୁଠିରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଏ ନେଇ ସୋମବାର ରାତିରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଦୁର୍ଯ୍ୟୋଧନକୁ ଗିରଫ କରିଥିବା ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡିଙ୍କଠାରୁ ପ୍ରକାଶ ପାଇଛି।

Post a Comment

Previous Post Next Post