ଭଞ୍ଜନଗର : ଜାତୀୟ ସ୍ତରରେ ସମଗ୍ର ଭାରତବର୍ଷରେ ଏବର୍ଷ ୭୬ତମ ବନ ମହୋତ୍ସବ ପାଳନ କରାଯାଉଛି। ଏବର୍ଷର ସନ୍ଦେଶ ହେଲା ମାଆଙ୍କ ନାମରେ ଗଛଟିଏ। ସାମ୍ପ୍ରତିକ ସ୍ଥିତିରେ ଜଳବାୟୁରେ ଯେପରି ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ଯେପରି ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ। ଏଣୁ ମାଆଙ୍କ ନାମରେ ଗଛଟିଏ ସନ୍ଦେଶ ରଖି ସରକାରଙ୍କ ତରଫରୁ ଏବର୍ଷ ଅଧିକ ସଂଖ୍ୟାରେ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଭଞ୍ଜନଗର ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆର୍.ଗୀତାଞ୍ଜଳୀ ଆଚାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ବୃକ୍ଷ ର ଉପକାରିତା ଓ ବନମହୋତ୍ସବ ର ଉଦ୍ଦେଶ୍ୟ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ଦିପ୍ତୀରାଣୀ ନାୟକ, ଶିକ୍ଷୟିତ୍ରୀ ଅରୁଣା ବେହେରା, ମଧୁସ୍ମିତା ଗୈଡ,ଶିକ୍ଷକ ବସନ୍ତ ଚୈଧୁରୀ ପ୍ରମୁଖ ସହଯୋଗ କରିଥିଲେ।