ରଥ ନିର୍ମାଣ କାର୍ଯ୍ୟ ଜୋରଦାର

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା ୨୪/୦୬(ସୋରେନ କୁମାର ପ୍ରଧାନ):ଆସନ୍ତା ୨୭ତାରିଖ ଶୁକ୍ରବାର ହେବାକୁ ଥିବା ପବିତ୍ର ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡଦାଣ୍ଡ ସ୍ଥିତ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦୀ, ମୁହାଣ୍ଡି, ନାହାକ କୁମ୍ଭ ଓ ଚାରିପୁର ଛନ୍ଦ କାମ,ଅଁଳାଶ୍ରୀ,କଳସ ଉଠାଣ, ଶୁଆ ବନ୍ଧା କାର୍ଯ୍ୟ ସରିଥିବାବେଳେ କେବଳ ବେଦୀଘର କାମ କରିବାକୁ ଅଛି l ୪୫ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଜଗନ୍ନାଥ ଅର୍ଚକ ଯୁବକ ସଂଘ ନେତୃତ୍ୱରେ ରବୀନ୍ଦ୍ର କୁମାର ଘଡେଇଙ୍କ ଦ୍ୱାରା ଚାଲିଛି l ସ୍ଥାନୀୟ ବଳଦେବ ସ୍ୱାମୀ ମନ୍ଦିର ପରିଚାଳନା କମିଟିର ତତ୍ୱାବଧାନରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି l

Post a Comment

Previous Post Next Post