ବେଗୁନିଆପଡ଼ା ମୁଖ୍ୟ ରାସ୍ତାରୁ ବିପୁଳ ପରିମାଣର ସ୍ପିରିଟ୍ ଜବତ, କାର୍ ସହ ୨ ଗିରଫ୍

 


କୋଦଳା (୨୫/୦୬/୨୦୨୫) 

ନିଶା ପାଇଁ ସ୍ପିରିଟ୍ ଚାଲାଣ ବେଳେ ମାଡି ବସିଲା ପୋଲିସ ।ଜବତ ହେଲା ୯୪ ବୋତଲ ହୋମିଓପାଥି ମେଡିସିନ ସ୍ପିରିଟ୍‌।ବେଆଇନ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୁଲିସ୍ ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କଞ୍ଚଣା ଓ ବେଗୁନିଆପଡା ରାସ୍ତାର ପେଟ୍ରୋଲ ପମ୍ପ ନିକଟରୁ ୯୪ ବୋତଲ ହୋମିଓପାଥି ମେଡିସିନ ସ୍ପିରିଟ୍‌ ଜବତ କରିଛି ପୋଲିସ। ବ୍ରହ୍ମପୁର ରୁ ଏକ କାର ଯୋଗେ ବେଗୁନିଆପଡ଼ା କୁ ଏହି ସ୍ପିରିଟ୍ ଚାଲାଣ ହେଉଥିବା ବେଳେ ଜବତ କରିଛି ପୋଲିସ। ୪୨ ଲିଟର ସ୍ପିରିଟ୍ ଜବତ ହୋଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।ନିଶା ବ୍ଯବସାୟ ପାଇଁ ଏହି ସ୍ପିରିଟ୍ ଚାଲାଣ ହେଉଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି।

Post a Comment

Previous Post Next Post