ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଅଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ସାହିତ୍ୟିକ ଓ କବି ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ବିଶିଷ୍ଠ ଓଡିଶୀ ନୃତ୍ୟ ଶିଳ୍ପୀ ଅଳକା ସାହୁ, ସାହିତ୍ୟିକ ବ୍ରଜ ଆଚାର୍ଯ୍ୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ କବି ଜୟଦେବ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କବି ଜୟଦେବ ଙ୍କ ଜୀବନଚର୍ଯ୍ୟା ଏବଂ ତାଙ୍କ ଆଦର୍ଶ ସେ କିଭଳି ଶ୍ରୀକୃଷ୍ଣ ଏବଂ ଓଡିଶାର ଆରାଧ୍ୟ ଦେବତାଙ୍କ ସମ୍ପର୍କିତ କାଳଜୟୀ ଗୀତ ଗୋବିନ୍ଦ ରଚନା କରି ସର୍ବବ୍ୟାପୀ ପ୍ରଶଂସନୀୟ ପାତ୍ର ହୋଇପାରିଛନ୍ତି ତାହା ଜଣାଇ ଗୀତକ ଗୋବିନ୍ଦ ପଦ୍ୟାବଳୀ ଆବୃତ୍ତି କରି ଉଦାହରଣ ଦେଇଥିଲେ । ଆଜି ମଧ୍ୟ ଗୀତ ଗୋବିନ୍ଦର ପ୍ରତିଟି ଶ୍ଲୋକ ଓ ରଚନା ପଦ୍ୟାବଳୀ ଲୋକମାନସରେ ଗୁଞ୍ଜରୀତ ହେଉଛି ତାହା ବକ୍ତାଗଣ ପ୍ରକାଶ କରିଥିଲେ । ଏହି ଅବସରରେ ଜୟଦେବଙ୍କ ଦ୍ୱାରା ରଚିତ ଗୀତ ଗୋବିନ୍ଦ ଗାନ କରାଯାଇଥିଲା । କଳା ବିକାଶ କେନ୍ଦ୍ର ଛତ୍ରପୁରର କଳାକାର ମାନଙ୍କ ଦ୍ବାରା ଗୀତ ଗୋବିନ୍ଦ ଗାନ ପୂର୍ବକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କଳାକାରଗଣ ଓଡିଶୀ ନୃତ୍ୟ ଓ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ lକଳା ବିକାଶ କେନ୍ଦ୍ର, ସମୀର ନୃତ୍ୟକେନ୍ଦ୍ର, ରୟାଲ ଡ୍ୟାନ୍ସ ଏକାଡେମୀ, ବିବିଧା ଫାଉଣ୍ଡେସନ୍ ଫର୍ ଆର୍ଟ ଆଣ୍ଡ କଲଚର୍, ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘର କଳାକାରଗଣ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଦିବାକର ବିଷୋୟୀ, ଜୀବନ କୁମାର ମହାରଣା, ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।