ଆଇନ ମନ୍ତ୍ରୀ ଙ୍କ ଘୋଷଣା ସ୍ଵାଗତ ଯୋଗ୍ୟ : ପୀତବାସ ପଣ୍ଡା

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ ) 

ବ୍ରହ୍ମପୁର : ରାଜ୍ଯ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ଦଶ କୋଟିରୁ ପନ୍ଦର କୋଟିକୁ ବୃଦ୍ଧି କରାଯିବ ବୋଲି ରାଜ୍ୟ ଆଇନ୍ ମନ୍ତ୍ରୀ  ପୃଥିବୀରାଜ ହରିଚନ୍ଦନ ଙ୍କ ନିଷ୍ପତ୍ତିକୁ ରାଜ୍ଯ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ସ୍ଵାଗତ କରିଛନ୍ତି l ଗତ 28 ତାରିଖ ଦିନ ହାଇକୋର୍ଟ ବାର୍ ଆସୋସିଏସନ ତରଫରୁ ଆୟୋଜିତ ମଧୁ ବାବୁଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସରେ ଯୋଗୁ ଦେଇ ଶ୍ରୀ ହରିଚନ୍ଦନ  ଆଇନଜୀବୀ କଲ୍ୟାଣ ପାଣ୍ଠିକୁ  ଏଣିକି ପନ୍ଦର କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ,ଏହା ସହ ଯୁବ ଆଇନଜୀବୀ ଙ୍କ ଦକ୍ଷତା ବୃଦ୍ଧି, ଆଇନ ସମ୍ପର୍କରେ ସଚେତନତା ଓ ତାଲିମ୍ ଲାଗି ସରକାର "ଲୟର୍ସ ଏକାଡେମୀ" ଗଠନ କରିବା ଏବଂ ଓକିଲଙ୍କୁ ସ୍ୱାସ୍ଥ୍ୟ ବୀମାରେ ସାମିଲ୍ କରିବାକୁ ସେ ଚେଷ୍ଟା କରିବେ ବୋଲି ଆଇନ ମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି l ଏହା ଫଳରେ ରାଜ୍ୟର ପ୍ରାୟ ପଚାଶ ହଜାର ଓକିଲ ଲାଭବାନ ହେବେ l ଦୀର୍ଘ ଦିନ ଧରି ଉପରୋକ୍ତ ଦାବୀ ଗୁଡିକ ଓକିଲ ଙ୍କ ତରଫରୁ ଦାବୀ ହୋଇ ଆସୁଥିବା ବେଳେ ତତକାଳୀନ ନବୀନ ସରକାର କର୍ଣ୍ଣପାତ କରୁନଥିଲେ l ଅତଏବ ଆଇନମନ୍ତ୍ରୀଙ୍କ ଘୋଷଣା ସ୍ଵାଗତଯୋଗ୍ୟ ଓ ଏଥିରେ ସମସ୍ତ ଆଇନଜୀବୀ ଖୁସୀ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଏକ ପ୍ରେସ  ବିବୃତିରେ ଜଣାଇଛନ୍ତି

Post a Comment

Previous Post Next Post