ନାଳନ୍ଦାଶ୍ରୀ ହାୟର ସେକଣ୍ଡାରୀ" ସ୍କୁଲରେ ଚଳିତ ବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ସ୍ଥାନୀୟ ଜୟପ୍ରକାଶନଗର ୨ୟଲାଇନ ସ୍ଥିତ "ନାଳନ୍ଦାଶ୍ରୀ ହାୟର ସେକଣ୍ଡାରୀ" ସ୍କୁଲରେ ଚଳିତ ବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅନୁଷ୍ଠାନର ବିଦ୍ୟାର୍ଥୀମାନେ ୯୯.୨ ପ୍ରତିଶତ ହାରରେ ସଫଳତା ହାସଲ କରି ବିଦ୍ୟାଳୟର ଶ୍ରୀ ବୃଦ୍ଧି କରିଛନ୍ତି । ପ୍ରାୟତଃ ୮୪ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନୁଷ୍ଠାନର ଚେୟାରମେନ୍ ତଥା ପ୍ରତିଷ୍ଠାତା କାଳିଚରଣ ସାହୁ କହିଛନ୍ତି ଯେ ଅନୁଷ୍ଠାନର ମୋଟ ୫୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ A-1 ୩୧ ଜଣ ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ମାର୍କ ଆଣି ବିଦ୍ୟାଳୟ କୁ ଗୌରାବିନ୍ଵିତ କରିଛନ୍ତି । ଏହିଭଳି ସଫଳତା ପାଇବାରେ ଉକ୍ତ ଅନୁଷ୍ଠାନ A-1 ମାର୍କରେ ଦକ୍ଷିଣ ଓଡିଶାରେ ଏକ ଉଚ୍ଚକୋଟିର ଶିକ୍ଷା ଅନୁଷ୍ଠାନ ଭାବରେ ପରିଗଣିତ ହୋଇପାରିଛି । କୃତି ବିଦ୍ୟାର୍ଥୀ ଙ୍କ ମଧ୍ୟରେ ସର୍ବାଧିକ ଆକାଶ ମଣ୍ଡଳ (୫୭୨) ମାର୍କ, ସିମାଞ୍ଚଳ ବିଷୋୟୀ (୫୬୯), ରାମକୃଷ୍ଣ ମହାପାତ୍ର (୫୬୬), ଧର୍ମେଶ ବେହେରା (୫୬୪), ମନସ୍ପିନି ନାହାକ (୫୬୨), ସ୍ଵାଗତ ସ୍ୱରୂପ ମାହାନ୍ତି (୫୬୨), ଜଗନ ନାୟକ (୫୫୭), ଲିଜା ଜେନା (୫୫୭), ପୁଷ୍ପଲତା ବାରିକ (୫୫୬), ଶ୍ରୀୟା ସାଲିନି ସାହୁ (୫୫୬) ଅଙ୍କିତା ନାୟକ (୫୫୫) ଓ ସେହିପରି ୮୯ ଜଣ ଛାତ୍ର ଛାତ୍ରୀ ୫୦୦ରୁ ଉର୍ଦ୍ଧ୍ଵ ମାର୍କ ରଖି ଅନୁଷ୍ଠାନକୁ ଗୌରାବିନ୍ଵିତ କରିଛନ୍ତି । ଅନୁଷ୍ଠାନର ସମସ୍ତ ଅଧ୍ୟାପକ - ଅଧ୍ୟାପିକା ଙ୍କ ଉନ୍ନତ ମାନର ଶିକ୍ଷା ପଦ୍ଧତି ଏବଂ ହୋଷ୍ଟେଲ୍ ଇନଚାର୍ଜ , ନନ୍ ଟିଚିଙ୍ଗ ଷ୍ଟାପ୍ ଯୋଗୁଁ ଉକ୍ତ ସଫଳତା ସମ୍ଭବ ହୋଇପାରିଛି ବୋଲି ଅନୁଷ୍ଠାନର ଚେୟାରମେନ୍ କାଳିଚରଣ ସାହୁ ମତବ୍ୟକ୍ତ କରିଛନ୍ତି । କଲେଜର ଡାଇରେକ୍ଟର ଉମାକାନ୍ତ ପାତ୍ର ଓ ଅଧ୍ୟକ୍ଷ ମନୋଜ କୁମାର ସାହୁ ଏହି ସଫଳତା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଶୁଭେଛା ଓ ଅଭିନନ୍ଦନ  ଜଣାଇବା ସାଙ୍ଗକୁ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ର କାମନା କରିଛନ୍ତି  ।

Post a Comment

Previous Post Next Post