(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର : ସ୍ଥାନୀୟ ଖୋଡାସିଙ୍ଗି ସ୍ଥିତ ବେଦବ୍ୟାସ ଆବାସିକ ମହାବିଦ୍ୟାଳୟ ପ୍ରତିବର୍ଷ ଭଳି ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରି ଅଛି ଏହା ମହାବିଦ୍ୟାଳୟର ୧୯ ତମ ପରୀକ୍ଷା ଫଳ ଅଟେ। ସମଗ୍ର ଓଡ଼ିଶାରେ ଯେପରି ଛାତ୍ରୀ ମାନେ ଛାତ୍ର ମାନଙ୍କ ଠାରୁ ପରୀକ୍ଷା ଫଳରେ ଆଗରେ ଅଛନ୍ତି। ସେହିପରି ଏହି ଅନୁଷ୍ଠାନର ଛାତ୍ରୀ ମାନେ ଛାତ୍ର ମାନଙ୍କୁ ପଛରେ ପକାଇ ଅଧିକ ନମ୍ୱର ରଖି ବାଜିମାରିଛନ୍ତି। ଛାତ୍ରୀ ମାନଙ୍କ ମଧ୍ୟରେ ରାହେଲ ପ୍ରଧାନ ସର୍ବୋଚ୍ଚ ନମ୍ୱର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ସୋନାଲି ପ୍ରଧାନ, ସୋନାଲି ବିଷୋୟୀ ଏବଂ ଫିଯାରାଣି ମନ୍ତ୍ରୀ ସମକକ୍ଷ ନମ୍ବର ରଖି ଅନୁଷ୍ଠାନର ଗୌରବ ରଖିଛନ୍ତି। ଏହି ମହାବିଦ୍ୟାଳୟର ମୁଖ୍ୟ ଆକର୍ଷଣ ବିନ୍ଦୁ ହେଉଛି, ସମସ୍ତ ଛାତ୍ର ଏବଂ ଛାତ୍ରୀ ତାର ୧୦ମ ଶ୍ରେଣୀର ନମ୍ବର ଠାରୁ ଅଧିକ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୦ମ ଶ୍ରେଣୀର ପରୀକ୍ଷା ଫଳ ଠାରୁ , ଅର୍ଚ୍ଚିତା ସାହୁ ୩୨%, ରାଜେଶ୍ୱରୀ ବେହେରା ୩0% , ସ୍ନେହା ଡାକୁଆ ୧୭% ,ନମିତା ପଲେଇ ୧୬% ଶତକଡା ନମ୍ୱର ବୃଦ୍ଧି କରି +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଏହି ଅପୂର୍ବ ସଫଳତାକୁ ନେଇ ପରିଚାଳକ ବୃନ୍ଦ, କର୍ମକର୍ତ୍ତା ଓ ଅଭିଭାବକ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି, ତତ୍ ସହିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଚ୍ୟାୟରମ୍ୟାନ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ସଂପାଦକ ମନୋଜ କୁମାର ବେହେରା, ନିର୍ଦ୍ଧେଶକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ, ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମକର୍ତ୍ତା ଉପସ୍ଥିତ ରହି ଶୁଭେଚ୍ଛା ଜଣେଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।