*ମୋ ନିଉଜ ଓଡିଶା ପାଟପୁର ୧୮/୦୪/୨୦୨୫ ଶୁକ୍ରବାର :- ଆଜି ସାନଖେମୁଣ୍ଡି ବିଜେପି ପାର୍ଟି ତରଫରୁ ପାଟପୁର ଲକ୍ଷ୍ମୀ ମନ୍ଦିର ଠାରେ ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବର୍ତମାନର ଓଡିଶା ସରକାର ୧୦ ମାସର ସଫଳ କାର୍ଯ୍ୟ ଓ ୧୧ ବର୍ଷର କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଅବଗତ କରାଇବା ଓ ବୁଥ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ସକରି ସଦସ୍ୟ ମାନଙ୍କୁ ଗୁରୁ ମନ୍ତ୍ର ଦେବା | ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳର ପ୍ରାୟ ୨୫୦ରୁ ଉର୍ଦ୍ଧ ସକ୍ରିୟ ସଦସ୍ୟ ସାମିଲ ଥିବା ବେଳେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ପାର୍ଥି ଇଂ. ଉତ୍ତମ କୁମାର ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୁନୀଲ କୁମାର ମହାନ୍ତି,ମୁଖ୍ୟ ବକ୍ତା ରୂପେ ପ୍ରମୋଦ କୁମାର ବିଷୋୟୀ, ଉପ ବକ୍ତା ରୂପେ ଗଙ୍ଗାଧର ଭୂୟାଁ ଓ ସୁଶାନ୍ତ ଖୁଣ୍ଟିଆ ପ୍ରଧାନ ମନ୍ତ୍ରୀଙ୍କ ୧୧ବର୍ଷ ଶାସନ ର ସଫଳତା ବିଷୟରେ ଉଦ୍ବୋଧନ ଦେଇଥଇଲେ | ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ ସଭାପତି ମଣ୍ଡଳ ପ୍ରତ୍ରିନିଧି ଯଥା ସଞ୍ଜୟ କୁମାର ପ୍ରଧାନ,ଗଙ୍ଗାଧର ଭୂୟାଁ,ସନାତନ ନାୟକ,ଟୁକୁନା ନାୟକ,ନାଗେଶ ଦୋରା,ପ୍ରଭାକର ପ୍ରଧାନ, ମଣ୍ଡଳ ପ୍ରତିନିଧି ଶଙ୍କର ପାଣିଗ୍ରାହୀ,ଗରିବ ନାୟକ,ବ୍ଲକ ସଂଯୋଜକ ମାନସ ନାୟକ,ମିଥୁନ ପ୍ରଧାନ,ଦେବାଶିଷ ଭାଇ ସମେତ , ବ୍ଲକ ଚେୟାରମେନ,ସରପଂଚ, ଓ.ବି.ସି ମୋର୍ଚା ସଭାପତି,ଏସଟି ମୋର୍ଚା, ଏସ.ସି ମୋର୍ଚା ଓ ସମସ୍ତ ବୁଥ ସଭାପତି ସହିତ ପ୍ରଶାନ୍ତ କୁମାର ସ୍ୱାଇଁ,ଦୀପକ କୁମାର ନାୟକଙ୍କ ସମେତ ଅନେକ ସକ୍ରିୟ କ୍ରମି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ |*
*ଗଂଜାମରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*
*ମୋ ନିଉଜ ଓଡିଶା*