ଛାଞ୍ଚୁଣିଆ ଜଙ୍ଗଲ ରୁ ନାଲି ପଥର ବୋଝେଇ ଟ୍ରାକ୍ଟର କୁ ଜବତ କଲା ବନ ବିଭାଗ।

କୋଦଳା ମୋ ନିୟୁଜ ଓଡିଶା 

ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ବନ ବିଭାଗ ଅଧିନସ୍ଥ ଛାଞ୍ଚୁଣିଆ କାଜୁ ଜଙ୍ଗଲ ନିକଟରୁ ନାଲି ପଥର ବୋଝେଇ ଟ୍ରାକ୍ଟରକୁ ଶୁକ୍ରବାର ଦିନ ଜବତ ବନ ବିଭାଗ । ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ ସୁମଣ୍ଡଳ ସେକସନ ଅଧିନସ୍ଥ ବିଭିନ୍ନ ପାହାଡ଼ରେ ପଥର ଚୋରା ଚାଲାଣ ହେଉଥିବା ଅନେକ ସମୟରେ ଅଭିଯୋଗ ଦେଖିବାକୁ ମିଳୁଛି । ଶୁକ୍ରବାର ଦିନ ବନ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ଜଙ୍ଗଲ ନିକଟରେ ନାଲି ପଥର ବୋଝେଇ ଟ୍ରାକ୍ଟର ନମ୍ବର OD 07AT 0898 କୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ଉକ୍ତ ଟ୍ରାକ୍ଟର କୁ କାର୍ଯ୍ୟାଳୟ ନିକଟରେ ରଖିଛନ୍ତି । ସୁମଣ୍ଡଳ ବନ ପାଳ ସନ୍ତୋଷ କୁମାର ମଲ୍ଲିକ ଗାଡି କୁ ଜବତ କରି ତଦନ୍ତ ଜାରିରଖିଛନ୍ତି ।


Post a Comment

Previous Post Next Post