ବ୍ରହ୍ମପୁର ମୋ ନିୟୁଜ ଓଡିଶା ତା ୧୪.୦୪.୨୫ ରିଖରେ ସ୍ଥାନୀୟ N.G.O.ହଲଠାରେ ମାନବବାଦୀ ହେତୁବାଦୀ ସଂଗଠନ, ଗଂଜାମ ଜିଲ୍ଲା ଆନୁକୂଲ୍ୟରେ ଭାରତରତ୍ନ ଡା.ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ ଅବସରରେ *ସାମ୍ପ୍ରତିକ ପରିସ୍ଥିତିରେ ଆମ୍ବେଦକରଙ୍କ ବିଚାର* ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ବରିଷ୍ଠ ସଭ୍ୟ ସୁନେଜ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ସର୍ବପ୍ରଥମେ ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି ସମ୍ୟକ ସୂଚନା ଦେଇଥିଲେ।
ଅତିଥି ରୂପେ ରାଜେଶ ସାହୁ, ଅଧ୍ୟାପକ R.C.M. କଲେଜ, ଡ. ରଞ୍ଜିତା ବେହେରା ଅଧ୍ୟାପିକା ସେରଗଡ଼ କଲେଜ , ରାହୁଲ ଖିଲାରେ , I.R.E. କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରିୟତମା ମଲ୍ଲିକ, ଭଲ ଚନ୍ଦ୍ର ଷଡଙ୍ଗୀ, ବିଧୁପ୍ରଭା ରଥ ବକ୍ତା ଭାବେ ଯୋଗ ଦେଇଥିଲେ। ବକ୍ତା ମାନେ ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ଓ ସମାନତା:ଆମ୍ବେଦକର ଜାତିଭେଦ ବିରୋଧରେ ଏବଂ ସମସ୍ତଙ୍କ ପାଇଁ ସମାନ ଅଧିକାର ପାଇଁ ସଂଘର୍ଷ କରିଥିଲେ। ଆଜି ମଧ୍ୟ ଭାରତରେ ଜାତିଗତ ବୈଷମ୍ୟ, ଲିଙ୍ଗ ଅସମାନତା, ଏବଂ ଅର୍ଥନୈତିକ ବିଭେଦ ଜାରି ରହିଛି। ତାଙ୍କର "ସମାନତା ବିନା ସ୍ୱାଧୀନତା ଅର୍ଥହୀନ" ବିଚାର ସାମାଜିକ ନୀତି ଓ ଆନ୍ଦୋଳନକୁ ପ୍ରେରଣା ଦେଉଛି।
ସେହିପରି ଶିକ୍ଷାର ଗୁରୁତ୍ୱ, ସାମ୍ବିଧାନିକ ମୂଲ୍ୟବୋଧ, ଅର୍ଥନୀତିକ ନ୍ୟାୟ, ଓ ମହିଳା ସଶକ୍ତିକରଣ ଉପରେ ବକ୍ତବ୍ୟରଖିଥିଲେ।ଆମ୍ବେଦକରଙ୍କ ବିଚାର କେବଳ ଐତିହାସିକ ନୁହେଁ, ବରଂ ଆଜିର ସାମାଜିକ, ରାଜନୈତିକ, ଓ ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ ମାର୍ଗଦର୍ଶକ। ତାଙ୍କର ଦୂରଦୃଷ୍ଟି ଏକ ନ୍ୟାୟପୂର୍ଣ୍ଣ ଓ ସମାବେଶୀ ସମାଜ ଗଠନରେ ଆଜି ମଧ୍ୟ ପ୍ରାସଙ୍ଗିକ। ତାଙ୍କ ବିଚାରକୁ ଗ୍ରହଣ କରି ଆମେ ଏକ ଉନ୍ନତ ଭବିଷ୍ୟତ ଗଢ଼ିପାରିବା।ଏଥିରେ ଡ ବିଘେଶ୍ୱର ସାହୁ, ବିଜୟ କୁମାର ବେହେରା, ଅଶୋକ କୁମାର ଦଲାଇ, ରାଜେଶ, ସନ୍ତୋଷ କୁମାର ମିଶ୍ର, ମନୋଜ କୁମାର, ଜି.ଗୋପୀ, ବି.ଡମ୍ବୁରୁ, ହାକିମ ଖାଁ, ଆଦିତ୍ୟ ପ୍ରସାଦ ରଥ, ଲିଙ୍ଗରାଜ ସ୍ୱାଇଁ, ଗଣାପତି ବେହେରା,ବୃନ୍ଦାବନ ଖଟୁଆ, ଶଙ୍କର ଇନ କିଲାଵ, ପି.ସି.ହଲଦାର, ସ୍ୱପ୍ନ ଦେଇ, ଦେବିଦର୍ଶନୀ ଷଡଙ୍ଗୀ, ମଧୁସୂଦନ, ମୟ ଖିଲାରେ, ପ୍ରଶି ଖିଲାରେ, ମନୋରଞ୍ଜନ ସାହୁ, ସନ୍ତୋଷ କୁମାର ମିଶ୍ର, ଗାୟତ୍ରୀ ପାଣିଗ୍ରାହୀ ଭାଗ ନେଇଥିଲେ।
ଡି.ମୋହନ ରାଓ ଧନ୍ୟବାଦ ଦେଇଥିଲେ।
କେ.ନନ୍ଦେଷୁ ସେନାପତି
ସମ୍ପାଦକ,
୯୮୬୧୫୩୭୦୩୬