ନାରୀ ନିର୍ଯ୍ଯାତନା ପ୍ରତିବାଦରେ କଂଗ୍ରେସର ମଶାଲ ଶୋଭାଯାତ୍ରା


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବୁଗୁଡା :ମୋ ନିୟୁଜ ଓଡିଶା ନାରୀ ସୁରକ୍ଷାର ଦାବି ସାଙ୍ଗକୁ ନାରୀ ନିର୍ଯ୍ୟାତନାର ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ଜନଜାଗରଣ ଉଦ୍ଦେଶ୍ଯରେ ଆଜି ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଗସ୍ତି ବରାଡଙ୍କ ନେତୃତ୍ୱରେ ଏହି ଜନଜାଗରଣ ମଶାଲ ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପୋଲସରା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରଭାରୀ ଅଞ୍ଜନା ତ୍ରିପାଠୀ, ବୁଗୁଡା ବ୍ଲକ ସଭାପତି ଶଙ୍କର୍ଷଣ ବେହେରାଙ୍କ, ପ୍ରାକ୍ତନ ପିସିସି ସଦସ୍ୟ ସୁଜିତ କୁମାର ସ୍ବାଇଁ , ଜାନକୀ ବଲ୍ଲଭ ରାଉତ , ରାଜେଶ ଜେନା ପ୍ରମୁଖଙ୍କ ସମେତ ଦଳୀୟ କର୍ମୀମାନେ ସାମିଲ ଥିଲେ।

Post a Comment

Previous Post Next Post