(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସମ୍ପ୍ରତି ଆମ ଯଲିଉଡ଼୍ ଭିତରେ ଏକ ଅସ୍ବସ୍ତିକର ବାତ୍ତାବରଣ ଛାଇଯାଇଥିବା ମନେହୁଏ। ଯାତ୍ରା ମାଲିକ ଓ କଳାକାରଙ୍କ ଭିତରେ ବୁଝାମଣାର ଅଭାବବୋଧ ତାହାର ମୂଖ୍ୟ କାରଣ ବୋଲି ବିବେଚନା କରାଯାଇପାରେ। ତେବେ ଏହାର ଆଶୁ ସମାଧାନ ଏକାନ୍ତ ଆବଶ୍ୟକ।
କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ, ସମାଜ ସଂସ୍କାରକ। ସେମାନେ ଯେତିକି ଶାନ୍ତ, ସରଳ ସେତିକି ସ୍ୱାଭିମାନୀ ମଧ୍ୟ। ତାକୁ ନିଜ ସ୍ୱାର୍ଥ ସିଦ୍ଧି ନିମନ୍ତେ ଯେ କୌଣସି ମାଧ୍ୟମରେ ପ୍ରଭାବିତ କରି ଅଙ୍ଗୁଳି ନିର୍ଦ୍ଦେଶରେ ନଚେଇବା ମାନସିକତାକୁ କେବେ ବରଦାସ୍ତ କରିପାରେନା କଳାକାରମାନେ "ସବୁ କଳାକାର ଏକ ପରିବାର" ଆଦର୍ଶବୋଧର ଅନୁପ୍ରାଣିତ। ଯାତ୍ରା ମାଲିକ ମାନେ (କତିପୟ) ରୂଢିବାଦୀ ହୁକୁମାତି କରିବା ଆଦୌ ଶୁଭଙ୍କର ନୁହେଁ। ମାଲିକ ଓ କଳାକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଉଭୟ ପକ୍ଷ ଏଥି ପ୍ରତି ସଚେତନ ହେବା ଉଚିତ। ଉଭୟ ମାଲିକ ଓ ଯାତ୍ରା କଳାକାର ସଂଘ ଆପୋଷ ମିଳାମିଶାରେ ଆଜିର ସମସ୍ୟାର ସମାଧାନ ପ୍ରତି ଆଗ୍ରହ ପ୍ରଦର୍ଶନ କରିବା ଉଚିତ। ଗୋଟିଏକୁ ଛାଡି ଗୋଟିଏ ସଂଘ କିଛି ଗୋଟାଏ ନିଷ୍ପତି ନେବା ଅଗଣତାନ୍ତ୍ରିକ ହେବ। ବ୍ୟକ୍ତିଗତ ଅସୂୟା ଓ ଆକ୍ରୋଶ ମନୋଭାବକୁ ସମ୍ପୂର୍ଣ ପରିହାର କରାଯିବା ନିତାନ୍ତ ପ୍ରୟୋଜନ। କେହି ଜଣେ ମାଲିକ ଚାହିଁଲେ ଜଣେ ବି କଳାକାର ସୃଷ୍ଟି କରିପାରିବେ ନାହିଁ। ମାତ୍ର କଳାକାର ମାନେ ଚାହିଁଲେ ବହୁ ମାଲିକ ସୃଷ୍ଟି କ୍ଷମ ହୋଇ ପାରିବେ। ଏହା ଦ୍ୱାରା ଉଭୟ ପକ୍ଷର କ୍ଷତି ଘଟିବ - ଏହାକୁ କେହି ଅସ୍ବୀକାର କରିବେ ନାହିଁ।ତେଣୁ ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧିବାକୁ ହେବ। ଉଭୟ ପକ୍ଷ ଉଦାର ମନୋଭାବ ପୋଷଣ ସହିତ ଉପସ୍ଥିତ ସମସ୍ୟାର ସମାଧାନ ପ୍ରତି ଆଗେଇ ଆସନ୍ତୁ, କଳା କ୍ଷେତ୍ରରେ ଏକ ସୁସ୍ଥ ବାତ୍ତାବରଣ ଫେରେଇ ଆଣନ୍ତୁ। ଏଥିରେ ଉଭୟ ପକ୍ଷର ନିଶ୍ଚିତ କଲ୍ୟାଣ ସାଧିତ ହୋଇପାରିବ।