(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଜିଲ୍ଲା ର ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠୁଁ ଆରମ୍ଭ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ (ହାଉସକିପିଙ୍ଗ ସିକ୍ୟୁରିଟି, ଓ ସଫେଇ କର୍ମଚାରୀ ) ମାନଙ୍କ ର ଚାରି ମାସ ରୁ ଉର୍ଦ୍ଧ୍ୱ ସମୟ ଧରି ଦରମା ଓ ଅନ୍ୟାନ୍ୟ ଆଠଦଫା ଦାବୀ କୁ ନେଇ ଆଜି ଓଡିଶା ଆଉଟସୋରସିଂ ମେଡିକାଲ କର୍ମଚାରୀ ସଂଘ, ଗଞ୍ଜାମ ଜିଲ୍ଲା କମିଟି ତରଫରୁ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇ ଯାଇଛି I
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ମଳ ଯୋଜନା ଅଧୀନ ରେ ଏଜେନ୍ସି ଦ୍ୱାରା ନିୟୋଜିତ ଏହି କର୍ମଚାରୀ ମାନେ ଦୀର୍ଘ ଦିନ ହେବ ପାରିଶ୍ରମିକ ପାଇପାରିନାଁହାନ୍ତି ଯାହାରୀ ଫଳ ରେ ଏହି କର୍ମଚାରୀ ମାନେ ନାନାଦି ଅସୁବିଧା ମଧ୍ୟରେ କାର୍ଯ୍ୟ କରି ଆସୁଛନ୍ତି I ବାରମ୍ବାର ଦାବୀ କରିବା ସତ୍ତ୍ୱେ ପାଣ୍ଠି ର ଅଭାବ ଆଳ ଦେଖାଇ ବିଭାଗ ଦ୍ୱାରା ଏଜେନ୍ସି କୁ ବିଲ ପ୍ରଦାନ ରେ ଅହେତୁକ ବିଳମ୍ବ ଆଉଟସୋର୍ସିଙ୍ଗ ଏଜେନ୍ସି ମାନଙ୍କୁ ପଚାରିଲେ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ର ବିଲ ପେଣ୍ଡିଙ୍ଗ ଥିବାର ସୂଚନା ମିଳୁଛି I ବାରମ୍ବାର ଦାବୀ ସତ୍ତ୍ୱେ ସମାଧାନ ର ରାସ୍ତା ନ ବାହାରିବା କାରଣ ରୁ କର୍ମଚାରୀ ମାନେ ବାଧ୍ୟ ହୋଇ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଆଠ ଦଫା ଦାବୀ ପୂରଣ କୁ ନେଇ ଆଡି ବସିଥିଲେ I ତେବେ ଜିଲ୍ଲା ର କେବଳ ଜରୁରୀ କାଳୀନ ସେବା ଜାରୀ ରଖି ଶତାଧିକ କର୍ମଚାରୀ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ I ଅପରାହ୍ନ ରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ ସଂଘ ପ୍ରତିନିଧି ଙ୍କ ସହ ଆଲୋଚନା ପ୍ରକାରେ ଏଜେନ୍ସି ର ବକେୟା ଥିବା ସମସ୍ତ ଅର୍ଥ କୁ ତ୍ୱରିତ ଉପାୟ ରେ ପ୍ରଦାନ କରାଯିବ ଏବଂ ଆସନ୍ତା ଦଶଦିନ ଭିତରେ ସମସ୍ତ ଦାବୀ ଗୁଡିକୁ ପୂରଣ କରିବା ର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି I ଯଦି ଆସନ୍ତା ଦଶଦିନ ଭିତରେ ସମାଧାନ ର ରାସ୍ତା ନ ବାହାରିଲେ ସମ୍ପୂର୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓଲ୍ହାଇବା କୁ ସଂଘ ଚେତାଇ ଦେଇଛି I
ସୂଚନାଯୋଗ୍ୟ ଟେଣ୍ଡର ର ବାହାରେ ଥିବା ପୂର୍ବ ଏଜେନ୍ସି ଅଭିରାମ କେୟାରଟେକିଂ ସର୍ଭିସେସ, ଭୁବନେଶ୍ୱର ଦ୍ୱାରା ଚାରିମାସ ପର୍ଯ୍ୟନ୍ତ ଦରମା ବକେୟା ଥିବା ବେଳେ, ଇପିଏଫ /ଇଏସଆଇ ପ୍ରଦାନ ରେ ମଧ୍ୟ ଅହେତୁକ ବିଳମ୍ବ ହୋଇଛି ଏପରିକି ବର୍ତ୍ତମାନ ଜିଲ୍ଲା ର ସମସ୍ତ ମେଡିକାଲ ପାଇଁ ସେବା ଯୋଗାଇବା କୁ ନିୟୋଜିତ ଏଲ. ଏଣ୍ଡ କେ. (L&K) ସର୍ଭିସେସ, ଭୁବନେଶ୍ୱର ନିୟୋଜିତ ହେବା ଦିନ ଠାରୁ ତିନିମାସ ହେବ ମଧ୍ୟ ଟଙ୍କାଟିଏ ପାଣ୍ଠି ପାଇ ପାରିନାହିଁ ଫଳ ରେ ଏଜେନ୍ସି ମଧ୍ୟ ପାଣ୍ଠି ଅଭାବ ରୁ ସଠିକ ପରିମାଣ ର ଦରମା କର୍ମଚାରୀ ଙ୍କୁ ଦେଈପାରୁନାହିଁ I ନିର୍ମଳ ଯୋଜନା ରେ ଚାରୋଟି ଛୁଟି କୁ ନେଇ ଲାଗି ରହିଥିବା ଅସଂଗତି କୁ ମଧ୍ୟ ସଂଘ ନିନ୍ଦା କରିଛି I କର୍ମଚାରୀ ମାନେ 30 ଦିନ ର ଡ୍ୟୁଟି କରୁଥିବା ବେଳେ ମାତ୍ର 26 ଦିନ ର ଦରମା ପାଉଛନ୍ତି ଏହାର ମଧ୍ୟ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବୀ ହୋଇଛି I ଦାବୀ ଗୁଡିକ ମଧ୍ୟରେ ମାସର ପ୍ରଥମ ସପ୍ତାହ ସୁଦ୍ଧା ଦରମା ପ୍ରଦାନ, ଶ୍ରମ ଆଇନ ଅନୁସାରେ ମାସିକ ଚାରୋଟି ଛୁଟି, ସର୍ବନିମ୍ନ ମଜୁରୀ ଅନୁସାରେ ସଠିକ ଦରମା ପ୍ରଦାନ,ଉଭୟ ଏଜେନ୍ସି ର ବକେୟା ଦରମା ପ୍ରଦାନ, ଇପିଏଫ ଓ ଇଏସଆଇ ର ସଠିକ ପୈଠ,ପ୍ରତ୍ୟେକ ମାସର ସ୍ୟାଲେରୀ ସ୍ଲିପ ପ୍ରଦାନ, ନିଯୁକ୍ତି ପତ୍ର ଓ ପୋଷାକ ସହ ଆବଶ୍ୟକ ସରଞ୍ଜାମ ପ୍ରଦାନ, ଜିଲ୍ଲା ରେ ଏଜେନ୍ସି ର କାର୍ଯ୍ୟାଳୟ ସ୍ଥାପନ,ସମସ୍ତ କର୍ମଚାରୀ ଙ୍କୁ ଇଏସଆଇ କାର୍ଡ ପ୍ରଦାନ ଭଳି ଦାବୀ ଗୁଡିକ ରଖାଯାଇଛି I ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ଇଫଟୁ ରାଜ୍ୟ ନେତା ପ୍ରଶାନ୍ତ ପରିଛା ଜିଲ୍ଲା ସଭାପତି ହିମାଂଶୁ ଶେଖର ପଟ୍ଟନାୟକ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ପ୍ରେମାନନ୍ଦ ସାହୁ,ରାଧା ଦାମୋଦର ମିଶ୍ର, ମନୋଜ ନାୟକ, ଯଦୁମଣି ଡାକୁଆ, ସବିତା ଦାସ, ଅହଲ୍ୟା ନାୟକ, ମମୀନୀ ଡାକୁଆ ପ୍ରମୁଖ ନେତୃତ୍ୱ ନେଇଥିଲେ I