କନ୍ଧମାଳ :ମୋ ନିୟୁଜ ଓଡିଶା ୦୭/୦୩/୨୦୨୫
ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ପନ୍ଦର ଟି ଥାନାରେ ନବନିର୍ମିତ କୋଠା ର ଶୁଭଦଘାଟନ କରିଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପରିସରରେ ନୂତନ ଭାବରେ ନିର୍ମାଣ ହୋଇଥିବା ଥାନାରେ ମଧ୍ୟ୍ୟ ଉଦଘାଟନ କରିଛନ୍ତି I ତେବେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ଅଧକ୍ଷୟତାରେ ଅନୁଷ୍ଠିତ ଏହି ଥାନାରେ ଉଦ୍ଘାଟନୀ ଉତ୍ସବ ରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୋଲିସ ଜନସାଧାରଙ୍କ ଶେବା ପାଇଁ ରହିଛି ଉଦଘାଟିତ ହୋଇଥିବା ନୂତନ କୋଠା ମଧ୍ୟ୍ୟ ଜନସାଧାରଣ ଙ୍କୁ ଉତ୍ତମ ମାନଙ୍କ ପୋଲିସ ଶେବା ଯୋଗାଇଦେବା ପାଇଁ ନିର୍ମାଣ କରାଯାଇଛି ଓ ଫିରିଙ୍ଗିଆ ଅଂଚଳର ଜନସାଧାରଣ ପୋଲିସ କୁ ସହଯୋଗ କରିବା ସହ ଗଞ୍ଜେଇ ଚାଷ ଓ ଚାଲାଣ ଭଳି ବେନିୟମ କାର୍ଯ୍ୟ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ କହି ଉଦବୋଧନ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟ୍ୟରେ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ର ପୂର୍ବତନ ବ୍ଲକ ଅଧକ୍ଷ ଲାଲନନ୍ଦା ପ୍ରଧାନ, ସଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ବିଜେପି ନେତା କଂସଦେବ ସାହୁ, ସଞ୍ଜୟ କୁମାର ଦିଗାଳ ଙ୍କ ସହ ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ, ସରପଞ୍ଚ ଓ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ I ଅନ୍ୟପଟେ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବିଶି ନୂତନ ଥାନା ପରିସରରେ ପୂଜା ଅର୍ଚନାପୂର୍ବକ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ତେବେ ନୂତନ ଥାନା କୋଠାରେ ଉନ୍ମୋଚନ ହୋଇଥିବା ନାମ ଫଳକରେ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିବା ବେଳେ ତାଙ୍କ ନା ନଥିବା ଭଳି ଏକ ଆଚାର୍ଯ୍ୟ ଚକିତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଥଲା I ସେପଟେ ଥାନା ଅଧିକାରୀ ଙ୍କ ନା ମଧ୍ୟ୍ୟ ଫଳକରେ ସ୍ଥାନିତ ହୋଇନଥିବା ଦେଖିବାକୁ ମିଳିଥିଲା I ଯାହାପାଇଁ ଉପସ୍ଥିତ ଜନପ୍ରତିନିଧି ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ I


