କନ୍ଧମାଳ:୦୭/୦୩/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ,ଫିରିଙ୍ଗିଆ ଗ୍ରାମ ପଞ୍ଚାୟର ୱାର୍ଡ଼ ନଂ-୬,ନାହାଁଣା ଗ୍ରାମର କିଛି ପରିବାର ଅପିରସ୍କାର ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଥିବା ଜଣାପଡ଼ିଛି। ଦେଶ ସ୍ୱାଧିନ ନ ହେବା ପୁର୍ବରୁ ଉକ୍ତ ଗ୍ରାମ ବାସିନ୍ଦା ବ୍ୟବହାର କରିଅସୁଥିବ ଚୁଆଁ ପାଣି ଉପରେ ନିର୍ଭର କରି ଚଳିଆସୁଥିବା ବେଳେ ଦେଶ ସ୍ୱାଧିନ ହେବା ପରେ ସରକାରୀ ସହାୟତାରେ ଏହି ଚୁଆଁକୁ ପୁନର୍ବାର ସଠିକ ଢଙ୍ଗରେ ନିର୍ମାଣ କରିଥିଲେ କିନ୍ତୁ ଅନେକ ଘରକୁ ସରକାରୀ ସହାୟତାରେ ଖନନ କୂପ ପ୍ରଦାନ କରିଥିବାରୁ ଏହି ପ୍ରାଚିନ ଚୁଆଁ କୂଅଁ ଉପରେ ମାତ୍ର କିଛି ପରିବାର ଅଦ୍ୟାବଧି ନିର୍ଭର କରୁଥିବା ଜଣାପଡ଼ିଛି। ନାହାଁଣା ଗ୍ରାମରେ ପାଣି ର ସମସ୍ୟା ଲାଗିରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ନାହାଁଣା ଗ୍ରାମର ପ୍ରାର୍ଥମିକ ବିଦ୍ୟାଳୟ ର କମୋଳମତି ଛାତ୍ରଛାତ୍ରୀ ମାନଙ୍କ ସମେତ ଗ୍ରାମ ବାସିଙ୍କ ପାଣି ସମସ୍ୟା ଦୁରିକରଣ ନିମନ୍ତେ ବିଦ୍ୟାଳୟ ପ୍ରଙ୍ଗଣ ବାହାରେ ଏକ ସରକାରୀ ନଳ କୁଅ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।କିନ୍ତୁ ଗ୍ରିଷ୍ମ ରୁତୁରେ ପାଣି ସମସ୍ୟା ଦେଖାଦେଉଥିବାରୁ ପରିଶେଷରେ କିଛି ପରିବାର ଏହି ପ୍ରାଚିନ ଚୁଆଁ କୂଅ ଉପେର ନିର୍ଭର କୁଥିବାରୁ ଏହାର ମରାମତି ସକାଶେ ପ୍ରଶାସନର ଅଧିକାରୀଙ୍କ କରୁଣ ଦୃଷ୍ଟି ଆକର୍ସଣ କରିବା ପାଇଁ ବିଭିର୍ଣ୍ଣ ମାଧ୍ୟମର ସହାୟତା ନେଇଥିବା ଜଣାପଡ଼ିଛି। ପରିଶେଷରେ ପ୍ରଶାସନ ଦ୍ୱାରା ଜଦି ଉକ୍ତ ପ୍ରାଚିନ ଚୁ୍ଆଁ କୂଅ ର ମରାମତି ହୋଇପାରଲେ କିଛି ପରିବାର ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଛି।


