ଆର, ଉଦୟଗିରି- ମୋ ନ୍ୟୁଜ ଓଡିଶା (ମନୋଜ କୁମାର ପାଢୀ) ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଆଡମ୍ବର ସହକାରେ ଏହି ଉତ୍ସବ ପାଳନ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ସଭାପତି ତ୍ରିନାଥ ବିଶୋଇ ରତ୍ନ , ସମ୍ପାଦକ ନୀଳମାଧବ ନାୟକ ,ଓ ଦେବରାଜ ନାୟକ ,ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ରଇତ,ସୁରେଶ ଘଡ଼ାଇ,ଦୁଃଖିଶ୍ୟାମ ପାତ୍ର ,ରବୀନ୍ଦ୍ର ରଥ , ସୀମା ପୂଜାରୀ ତଥା ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉତ୍ସବ ସମ୍ଵଧିୟ ମତ ଉପସ୍ଥାପନ କରିବାସହ ଖସଡ଼ା ଜଳପ୍ରପାତର ଉନ୍ନତି ଓ ସ୍ୱଶ୍ଚତା ଉପରେ ଆଲୋଚନା କରିଥିଲେ । ତତ୍ସହିତ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଓ ସୁବିଧା ଉପରେ କିପରି ଖସଡ଼ା ରାମ ମନ୍ଦିର ପରିଚାଳନା କମିଟି ଅଧିକରୁ ଅଧିକ ଗୁରୁତ୍ଵ ଦେବ ସେଥିପ୍ରତି ସଦସ୍ୟ ମାନେ ଉପସ୍ଥାପନା କରିଥିଲେ । ତେବେ ଉତ୍ସବରେ କିଭଳି ଭକ୍ତ୍ତଙ୍କ ସମାଗମ ହେବା ଶହ ଏହି ଉତ୍ସବରେ ଅଞ୍ଚଳର ଭକ୍ତ ମାନେ ନିସଙ୍କୁଚ ଭାବେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି ଖସଡ଼ା ରାମମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ।