ଜିଲ୍ଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ



  ଆର,ଉଦୟଗିରି ମୋ ନ୍ୟୁଜ ଓଡିଶା(ମନୋଜ କୁମାର ପାଢୀ) 

ରାଜ୍ୟରେ ଦିନକୁ ଦିନ ବଢି ଚାଲିଥିବା ନାରୀ ନିର୍ଯାତନାର ପ୍ରତିବାଦରେ କଂଗ୍ରେସ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତ  ତଥା ମୋହନା ବିଧାୟକ  ଦାଶରଥି ଗମାଙ୍ଗଙ୍କ ନେତୃତ୍ବରେ ଏକ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଏକ ଦାବିପ୍ରତ୍ର ପ୍ରଦାନ କରାଯାଇଥିଲା । ଯଦି ମହିଳାଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ କଂଗ୍ରେସ ଆନ୍ଦୋଳନକୁ ତ୍ରୀବ୍ର କରିବ ବୋଲି ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ, ନଗର ସଭାପତି, ବରିଷ୍ଠ ନେତା ଓ ଜିଲ୍ଲାର ଅନ୍ୟା ସତାଧିକ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।

Post a Comment

Previous Post Next Post