ଆନ୍ତଜାତୀୟ ମହିଳା ଦିବସ ପାଳିତ


ଆର,ଉଦୟଗିରି ମୋ ନ୍ୟୁଜ ଓଡିଶ (ମନୋଜ କୁମାର ପାଢୀ)- ଗ୍ରାମବିକାଶ ଅନୁଷ୍ଠାନ ଦ୍ବାରା ମୋହନା ବ୍ଲକ ଆକିଲି ଗ୍ରାମର ଓ୍ବାଟର ସେଜ୍ କାର୍ଯ୍ୟାଳୟ ପରିସରରେ ଆନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି ।  ଗ୍ରାମବିକାଶ ଅନୁଷ୍ଠାନ ତରଫରୁ ମୋହନା ବ୍ଳକରେ ଇକ୍ତିସେଟ୍ ସହଯୋଗରେ ୧୪୯୫ ଜଣ ମହିଳା ଚାଷୀଙ୍କୁ ୧୨୨ ହେକ୍ଟର ପାଇଁ ୨୪୮୪ କି . ଗ୍ରା କାନ୍ଦୁଲ ବିହନ ତଥା ସାର ଓ ଔଷଧ ତତ୍ ସହିତ ୨୯୪ ଜଣ ମହିଳାଚାଷୀଙ୍କୁ ୧୨୮ ହେକ୍ଟର ପାଇଁ ୨୪୦ କି.ଗ୍ରା ସୂର୍ଯ୍ୟମୂଖୀ ବିହନ ଯୋଗାଇ ଦିଆଯାଇଥିଲା । ସେଥି ମଧ୍ୟରୁ ୧୦ ଜଣ ମହିଳା ଚାଷୀଙ୍କୁ ୩ ଗୋଟି ଗ୍ରାମରୁ ବଛାଯାଇଁ ଉକ୍ତ ଦିବସରେ ଅତିଥି ମାନଙ୍କ ଉପସ୍ଥିତରେ ସମ୍ମାନିତ କରାଯାଇଥିଲା । ଉକ୍ତ  ମହିଳାମାନେ କାନ୍ଦୁଲ ଏବଂ ସୂର୍ଯ୍ୟମୁଖୀ ଚାଷୀର ସମସ୍ତ ପକ୍ତିୟା ଅବଲମ୍ବନ କରିଥିଲେ ଏବଂ କାନ୍ଦାଲ ଚାଷରୁ ଜଣ ପିଛା ଟ୫୦୦୦ ରୁ ୧୦ ୦୦୦୦/ ପର୍ଯ୍ୟନ୍ତ ଲାଭ ପାଇଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ ସେମାନେ ହେଲେ ପ୍ରୀତି ଘଡାଇ, (ଚନ୍ଦ୍ରଗିରି) , ଶଇଳ ପାଇକ, ମମତା କାର୍ଜୀ, ବିଳାସି ପରିଛା, କ୍ଷୀରମଣି ପରିଛା, ଆକିଲି, ସୁରମା ନାୟକ, ହିକିରିକୃପା, ସାବିତ୍ରୀ ନାୟ, ଗେର ଓ ଗରୀ, କୁନିଲତା ମଳିକ, ଲେକାଗଡା, ସୁଶୀଳା ନାୟକ, ବାଘମାରି, ରିବିନା ଦଳବେହେରା, ବିରିକୋଟ୍ । ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଚକ୍ରଧର ପଣ୍ଡା, ରାଜ୍ୟସଂଯୋଜକ, ଇକ୍ତିସେଟ୍ ଭୂବନେଶ୍ବର ଶ୍ରୀଯୁକ୍ତ ରାଜୀବ ଦାସ,ମୋହନା ବ୍ଲକ ଉନ୍ନୟନ ଅଧିକାରୀ ରାଜୀବ କୁମାର ଦାସ, ବିରଞ୍ଚିନାରାୟଣ ମଙ୍ଗରାଜ, କୃଷି ଉନ୍ନୟନ ଅଧିକାରୀ, ଆର,ଉଦୟଗିରି  ଶ୍ରାବ ଆଫ୍ରିନ୍, କୃଷି ବୈଜ୍ଞାନିକ ତଥା ପରାମର୍ଶ ଦାତ୍ରୀ, ଇକ୍ତିସେଟ୍, ଶ୍ରୀଯୁକ୍ତ ରଜନୀକାନ୍ତ ପଣ୍ଡା, ବ୍ଲକ ସଂଯୋଜକ, ଓଡିଶା ଜୀବିକା ମିଶନ, ମୋହନା, ଲଳିତାଞ୍ଜଳି ଦାସ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ, ସ୍ବୟଂଶୀ, ଗ୍ରମବିକାଶ, ସନ୍ତୋଷ କୁମାର ପଣ୍ଡା, ବ୍ଲକ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ , ଗ୍ରାମବିକାଶ ତଥା ଗ୍ରାମ ଉଦ୍ୟାଗମିତ୍ର, ଗ୍ରାମ ବିକାଶ, କ୍ଲଛାର ସାଧନ କର୍ମୀ, ଓଡିଶା ଜୀବିକା ମିଶନ ଇତ୍ୟାଦି କ୍ଷେତ୍ର ପରିଦର୍ଶନ କରିବାସହିତ ମହିଳାମାନଙ୍କୁ ଚାଷ ଦ୍ବାରା ଆର୍ଥିକ ଉନ୍ନତି, ଅଧିକାରୀ ତଥା ସମତା ଓ ସମାନତା ଉପରେ ଦିଗଦର୍ଶନ ଦେଇ ଉକ୍ତ ଦିବସକୁ ସାପଲ୍ୟମଣ୍ଡିତ କରିଥିଲେ ।

Post a Comment

Previous Post Next Post