(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ଆସିକା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଆହ୍ୱାନରେ ବିରାଟ ରକ୍ତଦାନ ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ। ହରିହର ହାଇସ୍କୁଲ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ପରିସରରେ ଶହ ଶହ ବିଜେପି କର୍ମୀ ଓ ସାଧାରଣ ଜନତା ଉକ୍ତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରକ୍ତର ଆବଶ୍ୟକତା ପୂରଣ ପାଇଁ ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଆହ୍ୱାନ କ୍ରମେ ବହୁ ସ୍ୱେଚ୍ଛାସେବୀ ରକ୍ତଦାନ ନିମନ୍ତେ ଆଗେଇ ଆସିଥିଲେ। ବରିଷ୍ଠ ସମାଜସେବୀ ଭଗବାନ ସାହୁ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରରେ ଯୁବକ ମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଯୁବନେତା ସଂଗୀତ ପାଢ଼ୀ ଓ ସନ୍ଦୀପ ପାଢ଼ୀ ଉପସ୍ଥିତ ରହି ଏହି ବିରାଟ ରକ୍ତଦାନ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ ସାଙ୍ଗକୁ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଯୋଗୁଁ ବହୁ ଜନସାଧାରଣଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।ବିଜେପି କର୍ମୀ ଓ ଆଗଧାଡିର ନେତା ମାନେ ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଆଗେଇ ଆସିଥିବା ସମସ୍ତ ଯୁବକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ଯୁବନେତା ସଂଗୀତ ପାଢ଼ୀ। ରକ୍ତ ଭଣ୍ଡାରକୁ ବୃଦ୍ଧି କରିବା ଓ ରକ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏଭଳି ବିରାଟ ରକ୍ତଦାନ ଶିବିରର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ।ଉକ୍ତ ରକ୍ତଦାନ ଶିବିରରେ ସମସ୍ତ ଡାକ୍ତରୀ ଟିମ ସମେତ ରେଡ଼କ୍ରସର କର୍ମକର୍ତ୍ତା ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।ବ୍ଲକ ଭାଇସ ଚେୟାରମ୍ୟାନ ରେସ୍ମା ଦୋରା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ବିଜେପି ନେତା ବିଜୟ କୁମାର ସ୍ୱାଇଁ, ଶିବରାମ ନାହାକ, ବିଜେପି ନଗର ସଭାପତି ଭିକି ପାତ୍ର, ବୀରେନ୍ଦ୍ର ଖେଟେଇ, ସତ୍ୟବାନ ସାହୁ, ମୋହନ ବାରିକ, ସଞ୍ଜୟ ସ୍ୱାଇଁ ସମେତ ବହୁ ଆଗଧାଡିର ନେତା ଉପସ୍ଥିତ ଥିଲେ।ପାଖାପାଖି ୧୫୦ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ଆଶାଠୁ ଅଧିକ ରକ୍ତ ସଂଗ୍ରହ ହୋଇପାରିବ ବୋଲି କହିଛନ୍ତି ବରିଷ୍ଠ ସମାଜସେବୀ ଭଗବାନ ସାହୁ।