(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଦୀର୍ଘ ଦିନ ହେଲା ସହର ସନ୍ନିକଟ ଓ ପାର୍ଶ୍ଵବର୍ତ୍ତ୧୮ ଟି ପଞ୍ଚାୟତକୁ ମହାନଗର ନିଗମରେ ମିଶ୍ରଣ ନେଇ ଉଦ୍ୟମ ଓ ସଂଘର୍ଷ ଜାରି ରହିଛି। ଏହି ପରିପ୍ରେକ୍ଷିରେ ୨୦୦୮ ଗେଜେଟ ବିଜ୍ଞପ୍ତି ଆଧାରିତ ଯେଉଁ ୧୮ ପଞ୍ଚାୟତ ବିଏମସିରେ ସାମିଲ ନେଇ ଉଲ୍ଲେଖ ରହିଛି ସେଥି ମଧ୍ୟରୁ ଅଙ୍କୁଶପୁର ଓ ନିମଖଣ୍ଡି ପଞ୍ଚାୟତ ଅନ୍ୟତମ। ସେହି କ୍ରମରେ କମିଟି ଦ୍ଵାରା ଆରମ୍ଭ କରାଯାଇଥିବା ପଞ୍ଚାୟତ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତନିଧି ମଣ୍ଡଳୀ କମିଟି ଉପସଭାପତି ଦେବୀ ପ୍ରସାଦ ଦାସଙ୍କ ନେତୃତ୍ଵରେ ୨୦୦୮ ଗେଜେଟ ବିଜ୍ଞପ୍ତି ଆଧାରିତ ଯେଉଁ ୧୮ ଟି ପଞ୍ଚାୟତ ମହାନଗର ନିଗମରେ ସାମିଲ ନେଇ ରହିଛି ସେଥିରେ ଥିବା ଅଙ୍କୁଶପୁର ପଞ୍ଚାୟତର କାର୍ଯ୍ୟାଳୟରେ ସେଠାକାର ସରପଞ୍ଚ ମୁରଲୀ ସେଠୀଙ୍କ ସହ ଭେଟି ମିଶ୍ରଣ ନେଇ ବିସ୍ତୃତ ଆଲୋଚନା କରିଥିଲେ। ସରପଞ୍ଚ ମହୋଦୟ ମିଶ୍ରଣ ନେଇ ସକରାତ୍ମକ ଆଭିମୁଖ୍ୟ ଓ ମତ ପୋଷଣ କରି ଥିଲା ବେଳେ ଆଗାମୀ ଗ୍ରାମ ପଞ୍ଚାୟତ ବୈଠକରେ ଏ ନେଇ ପ୍ରସ୍ତାବ ଗ୍ରାମପଞ୍ଚାୟତରେ ପାରିତ କରି କମିଟିକୂ ଓ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସେ ଏହ ସଂକଳ୍ପ ପତ୍ର ପାସ କରି ଦେବା ପାଇଁ ସମ୍ମତି ଦେବା ସହ ଏହାର ଆବଶ୍ୟକତା ସମସ୍ତେ ଅନୁଭବ କରୁଛନ୍ତି ବୋଲି କହିଥିଲେ। କମିଟିର ପ୍ରୟାସକୁ ସମର୍ଥନ କରିବା ସହିତ ଏହା ତୁରନ୍ତ କାର୍ଯ୍ୟକାରି ହେଲେ ବିକାଶ ମୂଳକ ପ୍ରକଳ୍ପ ବାବଦରେ ଆମେମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଦୂର ହେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସେହିଭଳି କମିଟି କର୍ମକର୍ତ୍ତା ମାନେ ନିମଖଣ୍ଡି ସରପଞ୍ଚ ଶଶି ବେହେରା ଓ ପୂର୍ବତନ ସରପଂଚ ପ୍ରଦୀପ ବେହେରାଙ୍କୁ ମଧ୍ୟ ସାକ୍ଷାତ କରି ନିମଖଣ୍ଡି ପଂଚାୟତର ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଆଲୋଚନା କରିଥିଲେ। ଉଭୟ ଅଧୁନା ଓ ପୂର୍ବତନ ସରପଂଚ ଏ ନେଈ ଖୁବ ଶୀଘ୍ର ପଂଚାୟତରେ ଏ ନେଇ ସଂକଳ୍ପ ପତ୍ର ପାରିତ କରି ଦେଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଉଭୟ ପଂଚାୟତର ସରପଞ୍ଚ ଏହି ଅଞ୍ଚଳର ଦ୍ରୁତ ବିକାଶ ଓ ଅଭିବୃଦ୍ଧି ନିମନ୍ତେ ଏ ସବୁ ଅଞ୍ଚଳ ବ୍ରହ୍ମପୁର ମହାନଗର ନିଗମରେ ତୁରନ୍ତ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସେମାନେ କମିଟିର ଏହି ଅଭିଯାନକୁ ପୂର୍ଣ୍ଣ ସମର୍ଥନ କରିଥିବା କହିଥିଲେ। ଗେଜେଟ ବିଜ୍ଞପ୍ତିରେ ବର୍ଣ୍ଣିତ ସମସ୍ତ ୧୮ ଟି ଯାକ ପଂଚାୟତର ଇଛା ସଂକଳ୍ପ ପତ୍ର ପାରିତ କରି ହାସଲ କରାଯିବାର ପ୍ରୟାସ କମିଟି ତତଫରୁ ଆରମ୍ଭ କରାଯାଇଛି। ଇତିମଧ୍ୟରେ ଜଗଦଳପୁର ପଞ୍ଚାୟତ ସହ ଆଉ କିଛି ଗ୍ରାମ ସାମିଲ ନେଇ ନିଜ ଇଚ୍ଛା ପତ୍ର ଦେଇ ସାରିଲେଣି। ବାକି ରହିଥିବା ଅନ୍ୟ ଗ୍ରାମ ଓ ପଞ୍ଚାୟତ ଗୁଡ଼ିକର ମିଶ୍ରଣ ଇଚ୍ଛା ସଂକଳ୍ପ ପତ୍ର ହାସଲ ନେଇ ଉଦ୍ୟମ ଚାଲିଛି ଖୁବ୍ ଶୀଘ୍ର ତାହା ହସ୍ତଗତ ହୋଇଯିବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି।ଆଜିର ପ୍ରତିନିଧି ମଣ୍ଡଳୀରେ ଉପସଭାପତି ଙ୍କ ବ୍ୟତୀତ କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଙ୍ଗଠନ ସମ୍ପାଦକ ଶ୍ରୀକାନ୍ତ ପଢିହାରି, ଉପ ସଙ୍ଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସଂଯୋଜକ ସି ଏଚ୍ଚ ରାମ କ୍ରିଷ୍ଣା ଦାସ, ପ୍ରଶାନ୍ତ ଦାଶ, ପ୍ରଶାନ୍ତ ସାହୁ ଓ ବିନୋଦ ପାତ୍ର ପ୍ରମୁଖ ସାମିଲ ଥିଲେ ।