(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସଶକ୍ତ ଭାରତ ଗଠନ ପାଇଁ ମହିଳାଙ୍କୁ ସଶକ୍ତ ହେବାକୁ ପଡିବ.ଏଥିପାଇଁ ନିଜେ ରୋଜଗାରକ୍ଷମ ହୋଇ ଅନ୍ୟକୁ ରୋଜଗାର ରାସ୍ତା ମହିଳା ମାନେ ଦେଖେଇବା ଉଦ୍ୟମ କରନ୍ତୁ ବୋଲି ଶେରଗଡ଼ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସରେ ମତ ପ୍ରକାଶିତ ହୋଇଛି.ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ସହଯୋଗୀ ସଂସ୍ଥା ନେହୁରୁ ଯୁବ କେନ୍ଦ୍ର ବ୍ରହ୍ମପୁର ଦ୍ୱାରା ଆୟୋଜିତ ଏବଂ ନିଗମାନନ୍ଦ ଏଜୁକେସନ ସେଣ୍ଟର ବ୍ରହ୍ମପୁର ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସମ୍ପାଦକ ସତ୍ୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା.ଏଥିରେ ମୁଖ୍ୟଅତିଥି ରୂପେ ଦକ୍ଷତା ବିକାଶ କେନ୍ଦ୍ର ଶେରଗଡ଼ (ଏସପିଓସି) ସଭାପତି ବିଭୂତି ଭୂଷଣ ସ୍ୱାଇଁ,ସମ୍ମାନୀୟ ଅତିଥି ଭାବେ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଯୁବ ସମାଜସେବୀ ବିକାଶ କୁମାର ସ୍ୱାଇଁ,ବିକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ.ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.ଏଥିରେ ପ୍ରଥମ,ଦ୍ୱତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର,ମେଡାଲ ଏବଂ ଆର୍ଥିକ ରାଶି ପ୍ରଦାନ କରାଯାଇଛି.ଶେଷରେ ନିଗମାନନ୍ଦ ଏଜୁକେସନ ସେଣ୍ଟର ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ନିଗ୍ଧାରାଣୀ ପାଢ଼ୀ, ସ୍ମିତାରାଣୀ ପାଢ଼ୀ ସହଯୋଗ କରିଥିଲେ I


