(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ମହିଳା ଦିବସ ଅବସରରେ ଓଡ଼ିଶାର ମାତୃଶକ୍ତିଙ୍କୁ ସମ୍ମାନ ଦେବାପାଇଁ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ "ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିଲେ I ଦ୍ୱିତୀୟ କିସ୍ତିରେ ୧ କୋଟି ହିତାଧିକାରୀ ମା, ଭଉଣୀ ମାନଙ୍କମ ପାଖକୁ ପହଞ୍ଚିଲା ଦ୍ଵିତୀୟ କିସ୍ତି ସୁଭଦ୍ରା ଯୋଜନା I ତାଙ୍କ ସହ ଓଡ଼ିଶା ସରକାରଙ୍କ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହି । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାର ମହିଳାଙ୍କ ସମାବେଶ ହେବା ନେଇ ଯୋଜନା କରାଯାଇଥିଲା ।
ଓଡ଼ିଶା ର ଯଶସ୍ଵି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଦେଓ, ପ୍ରଭାତୀ ପରିଡା,ଆଈନ ମନ୍ତ୍ରୀ ପୃଥିବୀ ବିଶ୍ଵ ହରିଶ୍ଚନ୍ଧନ, ଗୋକୁଳାନନ୍ଦ ମଲ୍ଲିକ,ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଡ଼ା.ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭ ପ୍ରିୟ ଦର୍ଶନୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ କୁମାର ପାଢୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଚିକିଟି ବିଧାୟକ ମନୋଜ କୁମାର ଦ୍ୟାନ ସାମନ୍ତରାୟ, କୃଷ୍ଣ ନାୟକ, ପ୍ରତାପ ନାୟକ, ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସହ
ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାର ମହିଳାଙ୍କ ସମାବେଶ ହେବା ନେଇ ଯୋଜନା କରାଯାଇଥିଲା । ଏଥି ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବ୍ରହ୍ମପୁର ଠାରେ ପ୍ରୀୟ ୪୯୨ କୋଟି ଟଙ୍କା ମୂଲ୍ୟର ୩୦ ଟି ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହିତ ପ୍ରାୟ ୧୪୫ କୋଟି ଟଙ୍କା ମୂଲ୍ୟର ୫୧ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ପ୍ରବୀର ପାତ୍ର,ଜି.ରାଜେନ୍ଦ୍ର ପ୍ରସାଦ,କେ.ରବି ରାଓ,ଶିରିଡ଼ି ସାଇ,ସୁମିତ୍ ପାତ୍ର,ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ ପ୍ରମୁଖଙ୍କ ସମେତ ବହୁ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


