ଜୋକବନ୍ଧ ପୁନରୁଦ୍ଧାର ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ଗଲା କୁଆଡେ !

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ଆସିକା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସହର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ। ସବୁବେଳେ କିଛି ନା କିଛି ଚର୍ଚ୍ଚା ରେ ଥାଏ। ଏବେ ବର୍ତ୍ତମାନ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ନମ୍ବର ଓ୍ବାର୍ଡ ରେ ସର୍ବ ପୁରାତନ ଜୋକ୍ ବନ୍ଧ ଅବସ୍ଥିତ। ଜୋକ୍ ବନ୍ଧକୁ ନେଈ ଜୋକ୍ ବନ୍ଧ ସାହି ନାମ କରଣ ହୋଇଛି। ବହୁ ପୁରାତନ ବନ୍ଧ ମାଛ ମଧ୍ୟ ଧରି ବିକ୍ରି କରାଯାଈଥାଏ। ଜୋକ୍ ବନ୍ଧର ପୁନରୁଦ୍ଧାର କରିବା ପାଇଁ ଆସିଥିବା ୭୦ ଲକ୍ଷ ଟଙ୍କା ବାଟମାରଣା ହୋଈଥିବାର ସାଧାରଣ ଜନତା ଆଲୋଚନା କରୁଛନ୍ତି। ଅଧା କାମରେ ପଡିଛି ଜୋକ୍ ବନ୍ଧ ର ନିର୍ମାଣ କାର୍ଯ୍ୟ ପୁନରୁଦ୍ଧାର ପାଇଁ ଆସିଥିବା କାମ ଠପ୍ ହୋଈ ଯାଈଛି।ଯାହା ଫଳରେ ଅସମୟରେ ସ୍ଥାନୀୟ ବାସିନ୍ଦା ମାନେ ପିଈବା ପାଇଁ ପାଣି ନେଉଥିଲେ। ବର୍ତମାନ ଜୋକ୍ ବନ୍ଧର କାମ ସଫା ହୋଈ ନଥିବାରୁ ପୋକ,ଯୋକ ଘୁଷୁରୀ ମାନେ ଗରମରୁ ରକ୍ଷା ପାଈବା ପାଇଁ ବନ୍ଧ ଭିତରେ ରହୁଛନ୍ତି।ସବୁ ଦେଖି ନଦେଖିଲା ଭଳି ନ ଦେଖିଲା ଭଳି ଅଭିନୟ କରୁଛନ୍ତି ଆସିକା ୧୫ ଓ୍ବାର୍ଡ ର କାଉନସିଲର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସିକା ଏନ୍.ଏ.ସି. କାଉନସିଲର ଓ ଚେୟାରମେନ ନିର୍ବାଚନ ସମୟରେ ନେତା ମାନେ ଦେଈଥିବା ପ୍ରତିଶୃତି ଗୋଟିଏ କାମ ହୋଇନି ପୁଣି ଆଗକୁ ଆସୁଛି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାଉନସିଲର ଓ ଚେୟାରମେନ ନିର୍ବାଚନ ମିଥ୍ୟା ପ୍ରତିଶୃତି ଦେଇ ଆସିଥିବା କାଉନସିଲର ମାନେ ସଜବାଜ ହେଉଛନ୍ତି ହେଲେ ସରକାର ଦେଉଛନ୍ତି ଉନ୍ନତି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମାଲାମାଲ ହେଉଛନ୍ତି ଠିକାଦାର ଓ ମିଥ୍ୟା ପ୍ରତିଶୃତି ଦେଇ ଆସିଥିବା ଜନ ପ୍ରତିନିଧି ମାନେ। ଜୋକ୍ ବନ୍ଧର ଚତୁଃପାର୍ଶ୍ଵରେ ଥିବା ଘରର ଅଳିଆ,ଲେଟିନ ପାଣି, ଜୋକ୍ ବନ୍ଧକୁ ଛାଡୁଛନ୍ତି ଯାହା ଫଳରେ ବନ୍ଧଟି ସମ୍ପୁର୍ଣ୍ଣ ନଷ୍ଟ ହୋଈଗଲାଣି। ପ୍ରତିବର୍ଷ ବନ୍ଧ ପୁନରୁଦ୍ଧାର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି। କାଗଜପତ୍ର ରେ ଜୋକ୍ ବନ୍ଧ ସଫା ହେଉଛି ବାସ୍ତବରେ ପୁନରୁଦ୍ଧାର ନକରି ଆତ୍ମସାତ କରୁଛନ୍ତି। ପୂର୍ବରୁ ପୋଖରୀ ଯୋଜନା,ମୁକ୍ତା ଯୋଜନା, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋ ପୋଖରୀ ଯୋଜନାରେ ନାମକୁ ମାତ୍ର ମହିଳା ସ୍ଵୟଂସହାୟକ ଗୋଷ୍ଠୀ ନାମରେ ୫ଟି ମହିଳା ସ୍ଵୟଂସହାୟକ ଙ୍କ ଗୋଷ୍ଠୀ ନାମରେ ଆସିକା ଜୋକ୍ ବନ୍ଧର ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବାର ଜୋକ୍ ବନ୍ଧରେ ଥିବା ଫଳକରେ ଉଲ୍ଲେଖ ଅଛି। ଓ୍ବାର୍ଡ ନମ୍ବର ୧୫ ରେ ଅବସ୍ଥିତ ଜୋକ୍ ବନ୍ଧ ୩ ଏକର ୬୩ ଡିସିମିଲି ଉପରେ ତିଆରି ହୋଈଛି। ଆସିକା ଏନ୍.ଏ.ସି.ରେ କାମ କରୁଥିବା ୩ ଟି ଗ୍ରୁଫ କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଅଛି କିନ୍ତୁ ୩ ଟି ଗ୍ରୁପର କୈାଣସି ମହିଳା ଙ୍କୁ ଦିନେ ମଧ୍ୟ ଜୋକ୍ ବନ୍ଧରେ କାମ କରୁଥିବାର ଦେଖି ନାହାଁନ୍ତି। ସରକାର ଙ୍କ ଗାଈଡ ଲାଈନ ଅନୁସାରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ନାମରେ କାମ ଆସିଛି। ମହିଳା ସ୍ଵୟଂସହାୟକ ଗୋଷ୍ଠୀ ରେ କାର୍ଯ୍ୟ କରୁଥିବା କୈାଣସି ମହିଳାଙ୍କ ପାଖରେ କାମ କରିବାର ଅଭିଜ୍ଞତା ନାହିଁ। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ଅସ୍ତ୍ର କରି କାଉନସିଲର ଓ ଆସିକା ଏନ୍.ଏ.ସି.ର କର୍ମଚାରୀ ମାନେ ଜୋକ୍ ବନ୍ଧର ପୁନରୁଦ୍ଧାର ଦୁରୁପଯୋଗ ଅନିୟମିତତା ଭାବରେ ୭୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଚର୍ଚ୍ଚା ସାଧାରଣ ଜନତା ମାନେ ଆଲୋଚନା କରୁଛନ୍ତି। ଏହାକୁ ଉଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

Post a Comment

Previous Post Next Post