ଆସନ୍ତା ଏପ୍ରିଲ ମାସ 3ରୁ ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର:ମୋ ନିୟୁଜ ଓଡିଶା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଧାର୍ଯ୍ୟ ହେଲା ତାରିଖ । ଆସନ୍ତା ଏପ୍ରିଲ ମାସ 3 ତାରିଖରେ ମା'ଙ୍କ ଯାତ୍ରା ଅନୁଷ୍ଠିତ ହେବ । ଚଳିତ ଥର 26 ଦିନ ଧରି ମା'ଙ୍କ ଯାତ୍ରା ଆୟୋଜିତ ହେବା ପରେ ଏପ୍ରିଲ 28 ତାରିଖ ଦିନ ଶେଷ ହେବ । ଏକ ମାସ ଧରି ମା' ନିଜ ବାପ ଘରେ ରହି ପୂଜା ପାଇବେ, ଏହାପରେ ମୁଖ୍ୟ ପୀଠକୁ ଫେରିବେ । ଗତକାଲି (ବୁଧବାର) ରାତିରେ ଶୁଭଖୁଣ୍ଟି ସ୍ଥାପନ ପାଇଁ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଦିନ ଧାର୍ଯ୍ୟ କରାଯାଇଥିଲା ।

ପରମ୍ପରା ଅନୁଯାୟୀ ଗତକାଲି ମା' ଙ୍କ ବାପଘର ପକ୍ଷରୁ ସହରବାସୀଙ୍କ ନିମନ୍ତେ ବୁଧବାର ସକାଳ ସମୟରେ ରାତିରେ ଯାତ୍ରାର ତାରିଖ ଧାର୍ଯ୍ୟ ହେବା ନେଇ ପାରମ୍ପରିକ ରୀତିନୀତିରେ ଧେଣ୍ଡୁରା ବଜାଇ ସୂଚନା ଦେଇଥିଲେ। ଏହାପରେ ଶୁଭଖୁଣ୍ଟି ସ୍ଥାପନ ଅବସରରେ ସହରର ବଡ଼ବଜାର ଦେଶୀ ବେହେରା ସାହିରେ ରାତି ସମୟରେ ଏକ ସାଧାରଣ ସଭା କରାଯାଇ ଯାତ୍ରାର‌ ଶୁଭ ସମୟକୁ ପାରମ୍ପରିକ ସିଦ୍ଧାନ୍ତୀ (ପୁଜକ) ବାସୁଦେବ ଶାସ୍ତ୍ରୀଙ୍କ ପକ୍ଷରୁ ସ୍ଥିର କରାଯାଇ ଘୋଷଣା କରାଯାଇଥିଲା । ଏପ୍ରିଲ 3 ତାରିଖରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟଙ୍କ ଚାଲିବ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରା । ଏହା ମଧ୍ୟ ପଢନ୍ତୁ-ଏବର୍ଷ ହେବ ବୁଢୀ ଠାକୁରାଣୀ ଯାତ୍ରା, ଶୁଭଖୁଣ୍ଟି ସ୍ଥାପନ ପାଇଁ ଦୁଇଟି ତାରିଖ ଧାର୍ଯ୍ୟ - 

ପ୍ରତି 2 ବର୍ଷରେ ଥରେ ବୁଢ଼ୀ ଠାକୁରାଣୀ ଯାତ୍ରା ଆୟୋଜନ କରିବା ପରମ୍ପରା ରହିଛି । ଯାହାକୁ ଅପେକ୍ଷା ଚାତକ ପରି ଚାହିଁ ରହିଥାନ୍ତି ପୁରା ବ୍ରହ୍ମପୁରବାସୀ । ଯାତ୍ରାର ପ୍ରଥମ ପର୍ବ ହୋଇଥାଏ ଶୁଭଖୁଣ୍ଟି ସ୍ଥାପନା । ଯାତ୍ରାର ପୁରୋଧା ତଥା ମୁଖ୍ୟ ପରିଚାଳକଙ୍କ ସିଦ୍ଧାନ୍ତୀ (ପୁରୋହିତ) ମା'ଙ୍କ ଶୁଭଖୁଣ୍ଟି ସ୍ଥାପନ ନେଇ ତିଥି ଓ ବାର ଧାର୍ଯ୍ୟ କରିଥାନ୍ତି । ପରମ୍ପରା ଅନୁଯାୟୀ ଏହି ଯାତ୍ରା ସମୟରେ ବଂଶାନୁକ୍ରମେ ମା' ଙ୍କ ନିକଟରେ ସେବା ଯୋଗାଇ ଆସୁଥିବା ପୃଷ୍ଟି ପରିବାର ଶୁଭଖୁଣ୍ଟି ସଂଗ୍ରହ କରି ଆଣିଥିବା ବେଳେ ଏହାକୁ ବୁଧବାର ରାତିରେ ଶୋଭାଯାତ୍ରାରେ ନିଆଯାଇ ମା'ଙ୍କ ମୁଖ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମା'ଙ୍କ ଯାତ୍ରା ହେବାକୁ ରହିଥିବା ଅସ୍ଥାୟୀ ମନ୍ଦିର ସ୍ଥାନରେ ତାହାକୁ ସ୍ଥାପନ କରାଯାଇଛି ।

Post a Comment

Previous Post Next Post