ଦୁଗ୍ଧ ଉତ୍ପାଦନରେ ସଶକ୍ତ ହେବ ଗଞ୍ଜାମ ଜିଲ୍ଲା


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଦୁଗ୍ଧ ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧି ସହିତ ଗ୍ରାମ୍ୟ ଅର୍ଥନୈତିକ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟରେ ନାବାର୍ଡ ଓଡିଶା ଦ୍ଵାରା ଗଞ୍ଜାମ ଜିଲ୍ଲାରେ ଏକ ବୃହତ୍ ଋଣ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଗତ ଫେବୃଆରୀ ୨୦୨୪  ଆରମ୍ଭ ହୋଇଥିବା ଦୁଗ୍ଧ ବିକାଶ ପାଇଁ ପାଇଲଟ୍ ଯୋଜନା ଅନ୍ତର୍ଗତ ୩୦୪ ଜଣ ଦୁଗ୍ଧ କୃଷକ ରୂପାୟଣ ଏବଂ ଉନ୍ନତ ଜାତିର CBJ ଗାଈ ପାଇଁ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଯାଇଛି.ଏହି ଅବସରରେ ନାବାର୍ଡ ମୁଖ୍ୟ ସାଧାରଣ ପ୍ରବନ୍ଧକ ଡ଼ଃ ସୁଧାଂଶୁ କେ. କେ. ମିଶ୍ର, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ଦାଶ, ନାବାର୍ଡ ଉପ ମହାପ୍ରବନ୍ଧକ ନିରଞ୍ଜନ ଭୁୟାଁ, ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଶିବରାମ ପାତ୍ର,ଆସ୍କା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ମଙ୍ଗୁଳୁଧର ସାହୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମହାପ୍ରବନ୍ଧକ ବାସୁଦେବ ରାଉତରାୟ, ହେରିଟେଜ ଫୁଡ୍ସ ଲିମିଟେଡ୍ ଓଡିଶା ମୁଖ୍ୟ ବିଶ୍ୱଜିତ ମହାନ୍ତି, ଗଞ୍ଜାମ ଗଜପତି ଦୁଗ୍ଧ ସଂଘ (GGGMU) ସଭାପତି ଏମ. ଗଣପତି ଏବଂ ନାବାର୍ଡ ଜିଲ୍ଲା ବିକାଶ ପରିଚାଳକ ଡ଼ଃ ସଂଜୀବ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ BAIF, CDVO, DRCS, UGB (ବ୍ରହ୍ମପୁର & ଫୁଲବାଣୀ), OGB (ପିପିଲି) ଅଞ୍ଚଳୀୟ ପ୍ରବନ୍ଧକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ.ଗୋପାଳନ ପ୍ରଶିକ୍ଷଣ” ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ୩୦୪ ଜଣ ଦୁଗ୍ଧ ଚାଷୀଙ୍କୁ କୃଷି  ମିୟାଦି ଋଣ ଅନୁମୋଦନ ଅବଗତି ଯୋଗାଇ ଦିଆଯାଇଥିଲା.ଯେଉଁଥିରେ ବିସିସି ବ୍ୟାଙ୍କ୍ ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ (ଗଞ୍ଜାମ-ପୁରୀ ସୀମାନ୍ତ ଅଞ୍ଚଳ ପାଇଁ) ଏବଂ ଏସିସି ବ୍ୟାଙ୍କ୍ ର ଅଂଶଦାନ ରହିଛି। FPO ର ରୂପାୟଣ UGB ଦ୍ଵାରା ସମ୍ପାଦନ ହୋଇଥିଲା, MKUY ଅନ୍ତର୍ଗତ କୃଷି ମିୟାଦି ଋଣ BCCB, ACCB ଏବଂ UGB ଦ୍ଵାରା ଅଂଶୀଦାର ହୋଇଥିଲା.ଏଥିରେ ହରିତ ଧରା ବଣ୍ଟନ କରାଯାଇଥିଲା ଯାହା ଦ୍ଵାରା ମିଥେନ ଗ୍ୟାସ ନିୟନ୍ତ୍ରଣ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଯୋଗ୍ୟତା ବଢ଼ିବ। ଆର୍ଥିକ ସାକ୍ଷରତା ଦୂରୀକରଣ ନିମନ୍ତେ ହସକାଠିଆ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଏଥିରେ କୃଷକଙ୍କୁ ବିତ୍ତୀୟ ପରିଚାଳନା ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ଗ୍ରହଣ ବିଷୟରେ ମଧ୍ୟ ସଚେତନ କରାଯାଇଛି।

Post a Comment

Previous Post Next Post