ଅବ୍ୟବସ୍ଥାରେ ରାଇ ଗୁଡା ଅଙ୍ଗନବାଡ଼ି କେନ୍ଦ୍ର


କନ୍ଧମାଳ: ୦୮/୦୩/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା 

ସରକାରୀ ଛାତ୍ର ଛାତ୍ରୀ ତଥା ଅଙ୍ଗନବାଡ଼ି କେନ୍ଦ୍ରର କୋମଳ ମତି ଶିଶୁ ମାନଙ୍କ ପାଇଁ ପାଚେରୀ ସହ ରୋଷେଇ ଗୃହ ବ୍ୟବସ୍ଥା କରୁଥିବା ବେଳେ ତାହା କେଉଁଠି କାର୍ଯ୍ୟକାରୀ ହେଉଛି ତ ଆଉ କେଉଁଠି ଆଜି ପର୍ଯ୍ୟନ୍ତ ସୁବିଧା ପହଞ୍ଚି ପାରୁନି। ଏମିତି ଅବ୍ୟବସ୍ଥାରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ରାଇଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ସର୍ବ ମୋଟ ୩୨ ଜଣ କୋମଳ ମତି  ଛାତ୍ରଛାତ୍ରୀ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ବେଳେ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିବା ରାଇଗୁଡ଼ା ଗ୍ରାମ ର ବାଘ ପଦର,ବୃସିଂଙ୍ଗ,ଚେପାଖୋଲ୍ ଗାଁ ର ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି । ଗାଁ ରେ ସର୍ବ ମୋଟ ୧୨୦ ଘର ଅଛନ୍ତି। କିନ୍ତୁ ଆଜି ବି ଏହି ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରୀ ଓ ରୋଷେଇ ଗୃହ ନାହିଁ।ବହୁଥର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଚେରୀ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳି ପାରିନାହିଁ। ବହୁତ ଅସୁବିଧା ରୁ ଏହି ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଥିବାରୁ ତୁରନ୍ତ ପାଚେରୀ, ରୋଷେଇ ଗୃହ ଓ ବିଦ୍ୟୁତ୍ ବ୍ୟବସ୍ଥା କରିବା ପାଇଁ ସମାଜ ସେବୀ ରାଜିଵ ଦିଗାଲ ସହିତ ଗ୍ରାମ ବାସି ଦାବି କରିଛନ୍ତି।

Post a Comment

Previous Post Next Post