କନ୍ଧମାଳ ମୋ ନିୟୁଜ ଓଡିଶା
କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡ଼ା ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଶିକ୍ଷା ସୁରକ୍ଷା ଯୋଜନାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପଡିଆରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଛ ଘଣ୍ଟା ସମୟରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଫୁଲବାଣୀ ଡାନ୍ସ ଏକାଡେମୀର ଶିଶୁ କଳାକାର ମାନେ ବହୁତ ସୁନ୍ଦର ଭାବେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟ ର ଶିଶୁକଳାକାର ମାନେ ମଧ୍ୟ୍ୟ ନୃତ୍ୟ ପରିବେଷଣ କରିଥିଲେ । ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚକାପାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହୃଦୟ ରଞ୍ଜନ ସାହୁ, କୁସୁମେଣ୍ଡି ସରପଞ୍ଚ ଶ୍ରୀମତୀ ସୁମତୀ କହଁର, ନାଏବ ସରପଞ୍ଚ ଶ୍ରୀ ଅଗସ୍ତି ଦିଗାଲ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମଧ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଖେଳ ପ୍ରତିଯୋଗିତା ପରିଚାଳନା କରିଥିଲେ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ସୁଶୀଲ କହଁର, ଏବଂ ସନ୍ଧ୍ୟାସମୟରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଶ୍ରୀ ଲକ୍ଷ୍ମୀ କାନ୍ତ ପୁରୋହିତ ଏବଂ ତାଙ୍କୁ ସହଯୋଗ କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବିକ୍ରମ ବିହାରୀ ବେହେରା ଶିକ୍ଷୟିତ୍ରୀ ଶ୍ରୀମତୀ ମାନିନୀ ପ୍ରଧାନ । ଶେଷରେ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା ।
Nice 👍
ReplyDelete