କନ୍ଧମାଳ ମୋ ନିୟୁଜ ଓଡିଶା
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ରୋଜଗାର ଯୋଗାଇଛି ବର୍ତ୍ତମାନ ମହୁଲ ଫୁଲ। ଏହି କ୍ଷେତ୍ରରେ ଓଡ଼ିଶା ଅବକାରୀ ବିଭାଗ ପାଇଁ ମହୁଲ ଏକ ଗୁରୁତ୍ୱ ପୂର୍ଣ୍ଣ କଞ୍ଚାମାଲ।କାରଣ ସରକାରଙ୍କ ବିନା ଅନୁମତି ରେ ଏହା କିଣା ବିକା କରିବା ଏକ ଆଇନ ଗତ ଅପରାଧ ଅଟେ। କିନ୍ତୁ କନ୍ଧମାଳ ଜିଲ୍ଲା ଏକ ବଣ ପାହାଡ଼ ଘଞ୍ଚ ଜଙ୍ଗଲ ପରିବେଶ ଘେରା। ଏହି ଦିଗରେ କନ୍ଧମାଳ ଅଞ୍ଚଳ ପାଇଁ ମହୁଲ ଏକ ରୋଜଗାର ପୂର୍ଣ୍ଣ ଦ୍ରବ୍ୟ ହୋଇଥିବାରୁ ଏହି ମହୁଲ ଫୁଲ କାହିଁ ପୂର୍ବ ପୁରୁଷ ଧରି ଆଦିମ କାଳରୁ କନ୍ଧମାଳ ସଂସ୍କୃତି ସହିତ ଯୋଡିତ। କାରଣ ମହୁଲ ଦ୍ୱାରା ଯେଉଁ ଦେଶୀ ମହୁଲି ମଦ ପ୍ରସ୍ତୁତି ହୋଇଥାଏ ତାହା କନ୍ଧମାଳ ର ଜାତି ଏବଂ ଜନଜାତି ଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ମାଦକ ଦ୍ରବ୍ୟ ଯାହାକି ପରମ୍ପରା ରିତିନିତି ନିୟମ ଅନୁଯାୟୀ ପ୍ରକୃତି ପୂଜାରେ ଏହି ମାଦକ ଦ୍ରବ୍ୟ ବ୍ୟବହାର ଆସୁଥିବା ନଜର ରହିଛି।ଏହା ଛଡ଼ା ମହୁଲ କୁ ଶୁଖାଇ, ତାକୁ ଭାଜି, ଏବଂ ସିଝାଇ ଖାଇଲେ ଦେହପାଇଁ ବହୁତ ଭଲ ଲାଗିଥାଏ।ଏହି ମହୁଲ ଦ୍ୱାରା ନିର୍ମିତ ମାଦକ ଦ୍ରବ୍ୟ ଉପଯୁକ୍ତ ବ୍ୟବହାର କଲେ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କନ୍ଧମାଳ ଜିଲ୍ଲା ବାସୀଙ୍କର ଆଧ୍ୟ କାଳରୁ ବିଶ୍ୱାସ ରହିଛି। କନ୍ଧମାଳ ଜିଲ୍ଲା ଏକ ପାହାଡ ପର୍ବତ ଘେରା ହୋଇଥିବାରୁ ଏହି ଅଞ୍ଚଳ ରେ ମହୁଲ ଗଛ ଗୁଡ଼ିକ ଅଧିକ ମାତ୍ରା ରେ ଦେଖା ଯାଇଥାଏ।ବର୍ଷ ମଧ୍ୟରେ ଫେବୃଆରୀ ଶେଷ ଅର୍ଥାତ ପତ୍ରଝଡା ଆରମ୍ଭ ଏହା ପରେ ମହୁଲ ଫୁଲ ଫୁଟିବା ଆରମ୍ଭ ହୋଇ ମାର୍ଚ୍ଚ ଶେଷ କିମ୍ବା ଅପ୍ରେଲ ଆରମ୍ଭ ପର୍ଯ୍ୟନ୍ତ ମହୁଲ ଫୁଲ ତଳେ ପଡ଼ି ଥାଏ |ଏହି ସମୟ ରେ କନ୍ଧମାଳ ର ଲୋକମାନେ ଏହି ମହୁଲ ଫୁଲକୁ ଗୋଟାଇ ପୁଣି ତାକୁ ଶୁଖାଇ ବଜାର ରେ ବିକ୍ରୟ କରି ଅର୍ଥ ଉପାର୍ଜନ କରିଥାନ୍ତି।ଏକ ମାସ ଧରି ଏହି ମହୁଲ ପାଇଁ ପ୍ରାୟ ସମସ୍ତେ ଖାଦ୍ୟ ଧରି ସକାଳୁ ଜଙ୍ଗଲ କୁ ଯାଇ ଅପରାହ୍ନ ଦୁଇଘଣ୍ଠିକା ପର୍ଯ୍ୟନ୍ତ ମହୁଲ ଗୋଟାଇବା କର୍ଯ୍ୟ କରିଥାନ୍ତି। ମହୁଲ ସରକାର ଙ୍କ ଅବକାରୀ ବିଭାଗ ଅଧୀନରେ ଯାଉଥିବା ରୁ ଏହାର ଚାହିଦା ଭଲ ମଧ୍ୟ ଦେଖିବାକୁ ମିଳୁଛି।ବର୍ତ୍ତମାନ ଏହାର ବଜାର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ପୁରୁଣା ହେଲେ ଏହା ର ଅଧିକ ଚାହିଦା |ମହୁଲ ଗୋଟାଇବା କାମ ଫିରିଙ୍ଗିଆ,ଟିକାବାଲି, ଦାରିଙ୍ଗବାଡି, ବାଲିଗୁଡ଼ା ଆଦି ବ୍ଲକର ବିଭିନ୍ନ ଅଞ୍ଚଳରେ ଏକ ଟ୍ରେଣ୍ଡ ପାଲିଟି ଥିବା ବେଳେ।ଗୋଟିଏ ଦିନରେ ଗୋଟିଏ ପରିବାର ରେ ଏକ ହଜାର ରୁ ଅଧିକ ମୂଲ୍ୟର ମହୁଲ ସଂଗ୍ରହ ହେଉଥିବା ଲୋକେ କହୁଛନ୍ତି।ତେଣୁ ଏହି ଏକମାସ ମଧ୍ୟରେ ମହୁଲ କାମରୁ ଅତି କମରେ ୨୫ ରୁ ୩୦ହଜାର ଟଙ୍କା ରୋଜଗାର ହେଇ ପାରିବ ବୋଲି ଅଞ୍ଚଳ ର ଲୋକମାନେ କହିଛନ୍ତି।